STORYMIRROR

Sambit Srikumar

Abstract Romance Classics

3  

Sambit Srikumar

Abstract Romance Classics

ସମର୍ପଣ

ସମର୍ପଣ

1 min
183

କେବେ ଭାବିଛ କି ଥରେ?

କୁସୁମକୁ ଭ୍ରମର କାହିଁ ପାଇଁ ରସେ?

ଭ୍ରମର ମୁଖରେ କୁସୁମ

କିମ୍ପାଇଁ ଆପଣା ଅନୂଢ଼ା

ତନୁକୁ ସମ୍ପି ଦିଏ ଅକାତରେ?

କୁସୁମ ତ ଅପରୂପା ଅନିନ୍ଦ୍ୟା ସୁନ୍ଦରୀ

କୋମଳାଂଗୀ ମଧୁର ଭଣ୍ଡାର!

ଭ୍ରମର ଯେ' ବୀଟ ଲମ୍ପଟ ପ୍ରତାରକ

ରୂପ ତାର କୁତ୍ସିତ କଦାକାର!

କୁସୁମ ମାଗେ ନାହିଁ ଭ୍ରମରର ଚାରିତ୍ରିକ

ମାନପତ୍ର ଅବା ବିଶୁଦ୍ଧତାର ପରିଚୟ

ଆପଣା ଅନୂଢ଼ା ତନୁର ସାଦର

ସମର୍ପଣେ ତା' ସୁଖ ସଞ୍ଚୟ!

ଝାଉଁଳିବା ଆଗରୁ ଆନ ପାଦେ

ଅର୍ପି ଦେବା ତା' ଗର୍ବ ଗୌରବ

ଥରେ ଝାଉଁଳି ପଡିଲେ ଆଉ

କିଏ ବା ତାକୁ ଚାହିଁବ?

ସମର୍ପଣେ ଥାଏ ନିହିତ

ଚରମ ସୁଖ ଆତ୍ମତୃପ୍ତି

ଉପଭୋଗର ମାଧ୍ୟମ

ଜନ୍ମ ଜୀବନ ଯୌବନ

ହୁଅଇ ସାର୍ଥକ!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract