STORYMIRROR

Bijaya kumar panda

Tragedy

3  

Bijaya kumar panda

Tragedy

ସମର୍ପଣ

ସମର୍ପଣ

1 min
220

ଭକ୍ତି ହୀନ ମନ୍ତ୍ର ହୀନ କ୍ରିୟା ହୀନ ମୁହିଁ 

         କି ଦ୍ରବ୍ୟ ଦେଇ ତୋଷିବି ଦ୍ରବ୍ୟ କିଛି ନାହିଁ।

ପାଦ ଧୋଇ ଦେବା ପାଇଁ ନାହିଁ ମୋର ନୀର

         କି ଜଳେ ଧୋଇବି ଗଙ୍ଗା ଅଛି ଯା ପୟର।

ଆସନ କି ଦେବି ଯାର ଗରୁଡ଼ ଆସନ

          ଭୂଷଣ କି ଦେବି ଯାର ଶଙ୍ଖ ଚକ୍ର ଚିହ୍ନ।

ଚନ୍ଦନ କି ଦେବି ଯାର କୌସ୍ତୁଭ ଭୂଷଣ

          ପୁଷ୍ପ କି ଦେବି ଯାହାର ପଦ୍ମ ଯେ ଲୋଚନ।

ଧନ କି ଦେବି ଯାହାର ଲକ୍ଷ୍ମୀ ପରିଚାରୀ

           ସ୍ତୁତି କି କରିବି ଯାର ସରସ୍ୱତୀ ନାରୀ।

ନୈବେଦ୍ୟ କି ଦେବି ଯେହୁଁ ସଂସାର ପାଳନ

           କିଞ୍ଚିତ ଭକ୍ତିରେ ପ୍ରଭୁ ପଶିଲି ଶରଣ।

ଧୂପ ଦୀପ କିସ ଦେବି ଆହେ ଦେବ ସ୍ବାମୀ

          ଆଳତି କି ଦେବି ତୋତେ ପ୍ରଭୁ ଅନ୍ତର୍ଯ୍ୟାମୀ।

ଅନ୍ତରେ ଥାଇଣ ପ୍ରଭୁ ସକଳ ଜାଣୁଛ

          ହାନି ଲାଭ ଭଲ ମନ୍ଦ ସବୁକୁ ସହୁଛ।

ବସନ କି ଦେବି ଯାର ପୀନ ପୟୋଧର

         ତାମ୍ବୁଳ କି ଦେବି ଯାର ସୁରଙ୍ଗ ଅଧର।

ଚାମର କି ଦେବି ଯାର ଶିରେ ଶିଖି ଚୂଳ

         ଜଗତ୍ ଜନ ମୋହେ ଯାର ମକର କୁଣ୍ଡଳ।

ଅଳପ ବହୁତେ ପୁଣି ହୋଇବ ସନ୍ତୋଷ

        ମୁଁ ତୋହର ଦାସ ପ୍ରଭୁ ନ ବହିବ ରୋଷ।

ଅତି ଅରକ୍ଷିତ ମୁହିଁ ନ ପାରଇ ଦେଇ

      ତୁହି ଦେଲେ ସିନା ନାଥ ମୁଁ ତତେ ଦିଅଇ।

ତୁମ୍ଭକୁ ମୁଁ ଦେବା ପାଇଁ ନୁହଁଇ ସକ୍ଷମ

       ବୋଲେ ଦାସ ଦୋଷ ତୁହି କ୍ଷମ ନାରାୟଣ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy