ସମର୍ପିତ ଜୀବନ କାହାଣୀ
ସମର୍ପିତ ଜୀବନ କାହାଣୀ
ହୃଦୟରେ ମୋର ପ୍ରୀତି ନିର୍ଝରିଣୀ
ବୁହାଇଛ ତୁମେ ସଖୀ
ତୁମପାଇଁ ଆଜି ସୁନ୍ଦର ଦୁନିଆ
ଦେଖୁଛି ମୋର ଏ ଆଖି I
ନିତି ଦେଖୁଛି ମୁଁ ନାନାଜାତି ଫୁଲ
ଆଘ୍ରାଣ କରୁଛି ବାସ
ଯେବେଳେ ଦେଖୁଛି ତୁମ ରୂପଛଟା
ମୁହଁରେ ଫୁଟୁଛି ହସ I
ତୁମେ ତ ଭରିଛ ମୋ ଆଖିରେ ସ୍ୱପ୍ନ
ଦେଖାଇଛ ନୂଆ ରାହା
ତୁମପାଇଁ ଆଜି ଏ ଦୁନିଆ ମୋତେ
ଲାଗୁଛି ଲୋ ନୂଆ ନୂଆ I
ଚଲାବାଟେ ମୋର ତୁମରି ପ୍ରେମର
ମହକ ଦେଇଛ ବିଞ୍ଚି
ତୁମ ପ୍ରେମ ମଧୁ ଆସ୍ୱାଦନ ପାଇଁ
ସାଜିଛି ମୁଁ ମଧୁମକ୍ଷି I
ଦିନେ ଦେଖିଥିଲି ସପନରେ ଯାହା
ସତ କରିଦେଲ ତୁମେ
ମୋ ଆଖିରେ ତୁମ ଆଖିକୁ ମିଶାଇ
ଭିଜାଇଲ ତୁମ ପ୍ରେମେ I
କଥା ଦେଉଅଛି ସାରା ଜୀବନ ମୁଁ
ଚାଲିବି ତୁମରି ସାଥେ
ପିଇ ଯାଉଥିବି ପ୍ରେମର ପୀୟୁଷ
ହାତ ରଖି ତୁମ ହାତେ I

