STORYMIRROR

Padmalaya Mishra

Abstract Others

4  

Padmalaya Mishra

Abstract Others

ସମ୍ପର୍କ

ସମ୍ପର୍କ

1 min
324


ସମ୍ପର୍କରେ ଗଣ୍ଠି ପଡିଗଲେ ଧନ

ଖୋଲି ତ ପାରିବୁ ନାହିଁ

ସେଥିପାଇଁ ସଦା ମାପଚୁପ କରି

କଥା କହୁଥିବୁ ତୁହି ।।


ସମ୍ପର୍କ ଅଟଇ ବଞ୍ଚିବାର ଶକ୍ତି

ଭୁଲି ଯିବୁ ନାହିଁ କେବେ

ସମ୍ପର୍କ ଗଢିବା ଯେତିକି ସହଯ

ତୁଲେଇବା କଷ୍ଟ ଭବେ ।।


ହସି ହସି ସଦା କହୁଥିବୁ କଥା

ବୈରଭାବ ନରଖିବୁ

ଯିଏ ଯାହା କହୁ ନୀରବ ରହି ତୁ

ସବୁଥିରେ ହସିଦେବୁ ।।


ମନେ କଷ୍ଟ ଦେବ ଅନେକ ସମ୍ପର୍କ

ଲୁହ ଦେବ ନୟନରେ

ଅଣଦେଖା କରି ଚାଲୁଥିବୁ ବାଟ

ଆଗେଇବୁ ଅକ୍ଳେଶରେ ।।


ସମ୍ପର୍କ ସାଇତି ରଖିଥିବୁ ସଦା

ନିଜ ପକ୍ଷ ଖୋଲା ବହି

ସମ୍ପର୍କ ଯଦିଓ ଖରାପ ହୋଇବ

ଦେଖୁଛନ୍ତି ସବୁ ବିହି ।।


ଗୋଟିଏ ଜୀବନ ସମ୍ପର୍କର ଡୋର

ଛନ୍ଦାଛନ୍ଦି ହୋଇଛନ୍ତି

ଜୀଇଁଯିବା ଲାଗି ଆବଶ୍ୟକ ଜାଣି

ବିଧାତା ଭାଗ୍ୟେ ଛନ୍ଦନ୍ତି ।।


ସମ୍ପର୍କର ପୃଷ୍ଠେ ସତ୍ୟ ଆଉ ସ୍ନେହ

ଯେତେଦିନ ରହିଥିବ

ଆସୁପଛେ ଯେତେ ଝଡ଼ଝଞ୍ଜା ଜାଣ

ସମ୍ପର୍କ ନିଶ୍ଚୟ ରହିବ ।।



Rate this content
Log in

Similar oriya poem from Abstract