Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Romance

3  

DILIP KUMAR SAHOO

Romance

ସମ୍ପର୍କ ନିଆରା

ସମ୍ପର୍କ ନିଆରା

1 min
243



  ତା ସାଥେ ପ୍ରଥମ ଦେଖା

  ତାଙ୍କ ଗାଆଁ ଦେଉଳରେ

  ସିଏ ଜାଳୁଥିଲା ଦୀପ

  ମୁଁ ଲେଖୁଥିଲି ଗପ

  ତାକୁ ଚାହିଁ ତାର ସେହି

  ଦୀପଶିଖା ଆଲୁଅରେ ....


 ଆଖି ବୁଜି କହୁଥିଲା

  ମନ କଥା ଦିଅଁଙ୍କୁ  

  ଅପଲକେ ଦେଖୁଥିଲି           

  ତା ସୁନ୍ଦର ମୁହଁକୁ

  ସେଇଠୁ ଆରମ୍ଭ ଆମ

 ମନ ଦିଆନିଆ ପ୍ରେମ

 ମନ ଦୋଳି ଝୁଲିଝୁଲି 

 ବରଗଛ ଓହଳରେ....


 ଅଙ୍କାବଙ୍କା ବାଟ କେତେ

 ଯାଇ ନାହୁଁ ଥକିରେ

 ସମୟ ତରାଟେ ଆଖି

 ପାରେ ନାହିଁ ରୋକିରେ

 ଚାଲୁଛୁ ତ ଚାଲୁଥିବୁ

 ଝୁଣ୍ଟିପଡି ଉଠୁଥିବୁ

 ଆଙ୍କିଆଙ୍କି ନୂଆ ଛବି

 ପ୍ରୀତି ରଙ୍ଗ ବହଳରେ..


 ପ୍ରିୟା ଆଜି ପ୍ରିୟ ପତ୍ନୀ

 ସମ୍ପର୍କ ନିଆରା

 ବୟସର ଅପରାହ୍ନେ

 ସେ ଏକା ସାହାରା

 ଡର ଲାଗେ ଏକା ଏକା

 ଦୁକୁଦୁକୁ ଦୀପଶିଖା

  ସିଏ ମୋ ଦିଗବାରେଣୀ

 ସମୟର ଅଥଳ ଜଳରେ...

  



Rate this content
Log in

Similar oriya poem from Romance