Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Abstract

4  

DILIP KUMAR SAHOO

Abstract

ଜୟ ଜୟ ଜୟ ରାମ

ଜୟ ଜୟ ଜୟ ରାମ

1 min
7


ଜାନକୀ ବଲ୍ଲଭ ରାମ 

ନବ ଦୃବାଦଳ ଶ୍ୟାମ 

ତୁମେ ପ୍ରଭୁ ସର୍ବନାମ

ସୀତା ପତି ସତ୍ୟକାମ 

ଜପକଲେ ରାମ ରାମ

ନଗ୍ରାସଇ କାଳଯମ ।


ନବୀନ ସୁନ୍ଦର ରାମ

ରଘୁକୂଳ ଚନ୍ଦ୍ର ରାମ

କୌଶଲ୍ୟା ନନ୍ଦନ ରାମ

ଦଶରଥ ସୂତ ରାମ

ଜପକଲେ ରାମ ରାମ

ବିହି ହୁଏନାହିଁ ବାମ ।


ପରମ ପୁରୁଷ ରାମ 

କରୁଣାମୟ ହେ ରାମ

ଜଗତ ଜୀବନ ରାମ

ସତ୍ୟ ସନାତନ ରାମ

ଜପକଲେ ରାମ ରାମ

ମତି ହୁଏନାହିଁ ଭ୍ରମ ।


ପତିତ ପାବନ ରାମ

ପତିତ ତାରଣ ରାମ

ମହିମାମୟ ହେ ରାମ

ଅନନ୍ତ ଅସୀମ ରାମ

ଜପକଲେ ରାମ ରାମ

ଧନ୍ୟ ହୁଏ ପ୍ରାଣ ଆମ ।


କୋଦଣ୍ଡ ଧାରୀ ହେ ରାମ

ରାବଣର ଅରୀ ରାମ

ପରଜା ବତ୍ସଳ ରାମ

ପରମ ପୁରୁଷ ରାମ 

ଜପକଲେ ରାମ ରାମ

ପୂର୍ଣ୍ଣ ହୁଏ ସବୁ କାମ ।


ଅହଲ୍ୟା ତାରଣ ରାମ

ନିତ୍ୟ ନିରଞ୍ଜନ ରାମ

ବିଷ୍ଣୁ ନାରାୟଣ ରାମ

ବିଶ୍ବ ବନ୍ଦନୀୟ ରାମ

ଜପକଲେ ରାମ ରାମ

ଦୂର ହୁଏ ଦୁଃଖ ଆମ ।


ପୂର୍ଣ୍ଣ ବ୍ରହ୍ମରାଶି ରାମ

ବ୍ରହ୍ମ ପୂର୍ଣ୍ଣ ଶଶି ରାମ

ରାମ ରାମ ହରେ ରାମ

ପାଦେ ପ୍ରଣାମ ହେ ରାମ

ତୁମେ ଗତି ତୁମେ ମୁକ୍ତି

ଶଖା ସହୋଦର ଆମ ।


Rate this content
Log in

Similar oriya poem from Abstract