Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Romance

3  

Prafulla Chandra Mishra

Romance

ସମ୍ପର୍କ ଚିର ଶାଶ୍ଵତ

ସମ୍ପର୍କ ଚିର ଶାଶ୍ଵତ

1 min
168



କେତେ ଦୂରେ ଚାନ୍ଦ    କାହିଁ ଯେ କୁମୁଦ

       ସମ୍ପର୍କ କୌମୋଦି ଜର

ବାନ୍ଧି ହୋଇଅଛି     ପ୍ରେମର ଡୋରି ରେ

       ସତେ କେତେ ଚମତ୍କାର

ଅଭିନ୍ନ ୟେ ପ୍ରେମ        ଅଭିନ୍ନ ସମ୍ପର୍କ

         ଚିରନ୍ତନ ନିରନ୍ତର ।।


ସୂରୁଯ ଉଇଁଲେ      ସିନ୍ଦୂରା ଫାଟଇ

       ସ୍ଵର୍ଣ୍ଣ ରଶ୍ମୀ ପଡେ ଝରି

ସେ ରଶ୍ମୀ ପରସେ    ସରେ ପଦ୍ମ ହସେ

      ଅମୀୟ ସମ୍ପର୍କ ଡୋରି

ନିତ୍ୟ ଚିରନ୍ତନ      ସତ୍ୟ ସନାତନ

    ୟେ, ପ୍ରେମରେ ରହିଛି ଭରି ।।


ନୀଳ ମେଘ ଦେଖି    କେକା ପୁଚ୍ଛ ଟେକି

        ଲତା ଗହଳରେ “ନୃତ୍ୟ

ରଚଇ” ଯେମିତି         ପ୍ରଣୟ ପିରତି

           ମୁଗ୍ଧ ଅଭିନବ ଚିତ୍ର

ସମ୍ପର୍କ ଏମିତି          ଅମୃତ ବନ୍ଧନ

        ସୁନ୍ଦର ଚିର ଶାଶ୍ଵତ ।।



Rate this content
Log in

Similar oriya poem from Romance