କବିତା - ସମାଜ ଫାଟକ
ରଚନା - ପଞ୍ଚାନନ ଜେନା
ତାରିଖ -୦୮-୦୬-୨୦୨୫
ଭଲ ପାଇବା କୁହ ବା ପ୍ରେମ ପସରା
ପୁଅମାନକୁ ବଡ଼ ଅଡୁଆରେ ପକାଏ
କେବେ କରାଏ ମକରା ବକରା
କେବେ ସଜାଏ କସରା ଫକୀରା
କେବେ କନ୍ଦାଏ କେବେ ହସାଏ
କେବେ ସଫଳ କରାଏ କେବେ ବିଫଳ ବନାଏ
ମୁଷ୍ଟିମେୟ ପାଇଁ ପ୍ରେମ ମାନେ କୁହୁଡି ପହଁରା
ଯେମିତି ସବୁ ପୁଅମାନେ
ଶିବଧନୁ ଭାଙ୍ଗିବେ ନା
ପ୍ରେମ ହେବ ନା ରାମଚନ୍ଦ୍ର ହେବେ
ମାଛଆଖି ଫୁଟେଇବେ ତଳକୁ ନିରେଖି ନା
ମାତୃଭକ୍ତ ହେବେ ନା ତୃତୀୟ ପାଣ୍ଡବ ହେବେ
ସୋମରସ ପିଇ ପିଇ ପାଗଳ ହେବେ ନା
ମଧୁଶାଳା ଯିବେ ନା ଦେବଦାସ ହେବେ
ବିରହ ଜ୍ୱାଳାରେ ପୁଷ୍ପାଞ୍ଜଳୀ ଲେଖିବେ ନା
ବିଶ୍ଵଗୁରୁ ରବୀନ୍ଦ୍ରନାଥ ଠାକୁର ବୋଲେଇବେ
ଆଉ ଯେଉଁ ପଣ ପଣ
ରାମା ଭୀମା ପୁରିଆ ହରିଆ ମାନେ ରହିଗଲେ
ପ୍ରେମ ହିଁ ଅପ୍ରେମ ପାରାବାର
ମିଳିଗଲେ ମଉକା ମାରିଦେବେ ଚଉକା
ନ ମିଳିଲେ ବି ଜୀବନ ସାରା ବାଡୁଅ ରହିଯିବେ
ଏକ ପାଖିଆ ପ୍ରେମ ପୂଜାରୀ କଚେବାର
ଏପଟ ସେପଟ ଦେଖି ଚାହିଁ କାମ ଚଳେଇ ନେବେ
ସଂସାରେ କରିଛେ ଘର
ପଥର ପଡ଼ିଲେ ସହିବା
ନାହିଁ ଆମର ବାଛ ବିଚାର
ଭିନ୍ନ ଦୃଷ୍ଟିକୋଣ ଝିଅଙ୍କ ପାଇଁ
ସଜେଇ ରଖିଛି ପ୍ରକୃତି ରାଣୀ
ମନ ଦିଆ ନିଆ କୁହ ବା ପ୍ରେମ କାହାଣୀ
କୁହନ୍ତୁ ଆପଣ ମାନେ
କେତେଜଣ ଅଛନ୍ତି ଆଜିର ଯୁଗରେ
ପ୍ରେମକୁ ଅମର କରିବେ ରାଧାରାଣୀ ହେବେ
ମୃତ୍ୟୁକୁ ପରାଜୟ କରିବେ ସତୀ ସାବିତ୍ରୀ ହେବେ
କଷ୍ଟକୁ ଭୁଲିବା ପାଇଁ ଭଜନ ଗାଇବେ ବିଷ ପିଇବେ
ମୀରାବାଈ ହେବେ
ମରି ବି ଅମର ହେବେ ଲୋକକଥାରେ
ଗୌରୀ ଲୈଲା ଇତ୍ୟାଦି ହେବେ
ସୃଷ୍ଟି ସର୍ଜନା କରିବେ ଭୃଣ ସଞ୍ଚାରିବେ
କରୁଣାମୟୀ ମମତାମୟୀ ମା' ହେବେ
କତିପୟଙ୍କୁ ଛାଡିଦେଲେ
ଅଗଣିତ ଝିଅ ମାନେ ପ୍ରେମ ପଥରେ ବିପଥଗାମୀ
ଆଧୁନିକତାର ନିକିତିରେ
ବୈଶିକୀ ପୁଞ୍ଜିବାଦୀ ବ୍ୟବସ୍ଥା ଚକ୍ରରେ
ଅର୍ଦ୍ଦନଗ୍ନ ତନୁରେ ମୁଖ ପୁସ୍ତିକାରେ ବ୍ୟସ୍ତ
ପରକୀୟା ପ୍ରୀତିରେ ପର ପୁରୁଷରେ ମସ୍ତ
ପେମ ବ୍ୟାପାରରେ ତନ ମନ ଯୌବନ ଅସ୍ତ
ପ୍ରେମ ସେହି ଦିନ ହେବ ସାର୍ଥକ
ଯଉଁ ଦିନ
ପୁଅଟେ ପ୍ରେମ କରୁଥିବା ଝିଅକୁ
ବାହାହେବ ବିନା ଆପତ୍ତି ଆକଟ
ଉଚ୍ଚପଦାସୀନ ଝିଅଟେ
ସ୍ଵଳ୍ପ ଶିକ୍ଷିତ ପୁଅକୁ ବାଛିବ
ବିନା ସମାଜ ଫାଟକ