ଲୁହ-ଲହୁର ଜାଉ
ଲୁହ-ଲହୁର ଜାଉ
କବିତା - ଲୁହ-ଲହୁର ଜାଉ
ରଚନା - ପଞ୍ଚାନନ ଜେନା
ତାରିଖ -୨୬-୧୨-୨୦୨୫
++++++++++++++++
ତତଲା ଲୁହ ମୋର ଲହୁ ପାଲଟେ
ବିଛଣାର ତନୁ ଦର୍ପଣ ତଳେ
ପଲଙ୍କର ମର୍ମ ଅର୍ପଣ ତଳେ
ବେଦନାର ପାରାବାର ମୁଣ୍ଡ ପିଟେ
ଅକୁଥା ବ୍ୟଥା ପରି
ତୁମକୁ ଝୁରି ଝୁରି ଅନିଦ୍ରା ରାତି କାଟେ
ନୀରବ ଲୁହ ମୋର ଝରେ ଅଝଟେ
ନୟନର କୋଣ ଡେଇଁ ପାରେ
ହୃଦୟର କବାଟ ଖୋଲି ପାରେ
କୋହ ସବୁ ସୁଅ ପରି ବହେ କଷ୍ଟେ ମଷ୍ଟେ
ଅବ୍ୟକ୍ତ କଥା ପରି
କାଖ ତାଳିଆ ବଥ ପରି
ତୁମରି ବିରହେ ଗୁମୁରି ଗୁମରି ନିଦ୍ରା ତୁଟେ
ଆବଦ୍ଧ ଲୁହ ମୋର ବହେ ନିକଟେ
ପଥର ସମାନ କଠୋର ଛାତିକୁ ତରଳେଇ ପାରେ
ଆକାଶ ସମାନ ଉଁଚା ଛାତକୁ ନଇଁଦେଇ ପାରେ
ନିଗିଡ଼ା ଦୁଃଖ ପରି ଦୁଃସ୍ଥ କାକୁସ୍ଥ ଅଭିମାନ
ଛଳଛଳ ବ୍ରାହ୍ମଣୀ ଧାର ପରି
ତୁମରି ସ୍ମରେ ସ୍ମରଣେ ପ୍ରିତି ପଲ୍ଲବ ହାଟେ
ଜମାଟ ଲୁହ ମୋର ନାକ ଆନିକଟେ
ଜଟିଳ ସମସ୍ୟାର ମୂଳସୂତ୍ର ଖୋଲିପାରେ
ଜିରାଳ ସିରାଳ ଜଞ୍ଜାଳର ମହାମନ୍ତ୍ର ଗାଇପାରେ
ଶୀତ କୁହିଡିର ବହଳ ଅନ୍ଧାର ପରି
ମନ ମଲାଟର ସାଇତା ସୌଧ ପରି
ତୁମରି ରୂପକଳ୍ପ ପାଦେ ସଳିଳ ସମାଧି ବାଟେ
ଦରଦୀ ଲୁହ ମୋର କହେ ଠାରଟେ
ଭାବନା ତରଙ୍ଗ ତଳେ ମରମ ଫାଟେ
ଆଶାର ସ୍ଵର୍ଣ୍ଣାଭ କୀରଣ ମହଳଣ କାଟେ
ବୈଶାଖ ତତଲା ଝାଞ୍ଜି ପରି ଅଣଚାଷ ଛୁଟେ
ମର୍ମେ ମର୍ମେ ଶରବିଦ୍ଧ ଆହାତ ଆତ୍ମାର ଚିତ୍କାର ଘଟେ
ମାନିନୀ ଲୁହ ମୋର ଉଷ୍ମ ଝରଟେ
ମରେଇ ଥରେଇ ଦୋହଲେଇ ପାରେ
କାଳ ବୈଶାଖି ପରି ମହାତାଣ୍ଡବ ରଚିପାରେ
ବିଶ୍ୱାସର କ୍ଷୀଣ ସୂତା ପରି ବନ୍ଧା ଏ ଜୀବନ
ବିଶ୍ୱାସ ଅଛି ମାନେ ନିଃଶ୍ୱାସ ଧାଉଁଛି
ଆଉ ଜୁଆର ହେଲେ ଜହର
ଆଉ ଲୁହ ହେଲେ ଜାଉ ଲହୁର
ଲୁହ ଅଲବତ୍ ପଚାରିବ କରି ହାହାକାର
ରୋକିବ କଉଁ ପାଇକ ପୁଅ ଧୌଯ୍ୟର ଆଲିଙ୍ଗନ ପ୍ରଘଟେ ।
