STORYMIRROR

Prafulla Das

Romance Classics

4  

Prafulla Das

Romance Classics

ସ୍କୁଲ ଫେରିବା ଵେଳ

ସ୍କୁଲ ଫେରିବା ଵେଳ

1 min
198

ଛୋଟ ଛୋଟ  କେତେ  ଆଶା

ଉଡ଼ି ବୁଲେ କଙ୍କିର ଡେଣାରେ

  ଛୁଇଁ ଵାକୁ  ଵାଦଲକୁ

ଝରି ପଡେ  ମଝି ଆକାଶରେ

 

ଇନ୍ଦ୍ରଧନୁ ଛାଇ  ତୁମ ଢ଼ଳଢ଼ଳ

  କଜଳ  ଆଖିରେ

ମନେଅଛି ମିଠା ମିଠା ଚଗଲାମି

ସ୍କୁଲ  ଫେରନ୍ତା  ବାଟରେ 

 

କଥା  ତୁମ ଛଳ  ଛଳ

କାଚ କେନ୍ଦୁ ନଈ  ଧାର  ପାଣି

  ଭାବନାରେ ସୂତା  ଖିଏ

ନଜର ଟା ତୁମ  ଫୁଲ  ପକା ଵେଣୀ


ହୃଦୟ ଟା ଶରତର ନିର୍ମଳ ଆକାଶ

କଥା ଫୁଲ ଫୁଟି ଯାଏ

  ମହ ମହ ବାସ  

ବୁଝି ତ  ପାରେନା

ଲାଜକୁଳା  ସେ  ଥିଲା ଵୟସ


ଆଜି ଉଦାସୀଆ  ଅପରାହ୍ନେ 

ମନେପଡେ  ଫେରି ବାର  ବେଳେ

  ଭାବନାର  ଝରା ଫୁଲ

ଝୁରି  ମରେ  କେବେ  କେଵେ

   ମୋ  ଛାତି  ତଳେ 



Rate this content
Log in

Similar oriya poem from Romance