ସକଳ ତୀର୍ଥ ତୋ ଚରଣେ
ସକଳ ତୀର୍ଥ ତୋ ଚରଣେ


ବୋଳିବି ମୁଣ୍ଡରେ ବଡ଼ଦାଣ୍ଡ ଧୂଳି
ଦେଖିବି ତୋ ମୁହଁ ବେନି ନୟନେ
କାଳିଆ ସାଆନ୍ତ ଜଗତନାଥ ମୋ
ସକଳ ତୀର୍ଥ ତ ତୋର ଚରଣେ ।
ପତିତପାବନ ଉଡେ ଫରଫର
ଗାଏ ଯଶକୀର୍ତ୍ତି ମହା ଉଦଧି
ଚଳେ ନନ୍ଦିଘୋଷ ଯାତ ଗୁଣ୍ଡିଚାରେ
ସଙ୍ଗତେ ଥାଆନ୍ତି ଭାଇ ଶେଷାଦ୍ରୀ
ମଝିରେ ଭଉଣୀ ଚାଲନ୍ତି ସୁଭଦ୍ରା
ମିଳଇ ମୁକତି ତୋର ଦର୍ଶନେ ।
ବଡ଼ ତୋ ଦେଉଳ ସିଂହ ଦୁଆରରେ
ଗହଳଚହଳ ବରଷ ଯାକ
p>
ବାରମାସେ ହୁଏ ତେର ଯାନିଯାତ
ତୋ ଶିରୀ ମନ୍ଦିର ପୁରୀ ଗୋଲୋକ
ତୋ ଅନ୍ନ କଣିକା ଶ୍ରୀ ମହାପ୍ରସାଦ
ପାଇବାକୁ ସଦା ବଳାଏ ମନେ ।
ଆନନ୍ଦ ବଜାରେ ନାହିଁ ଭେଦାଭେଦ
ମିଳଇ କୈବଲ୍ୟ ଟଙ୍କତୋରାଣୀ
ହୁଏ କିଣାବିକା ଛପନଭୋଗ ତୋ
ରଜା ଠାରୁ ରଙ୍କ ତୋ ପାଖେ ଋଣୀ
ରହିଥାଉ ସଦା ତୋ ଶୁଭ ଆଶିଷ
କରୁଅଛି ଅଳି ଯୋଡ଼ ହସ୍ତଣେ ।