ସିଂହଭୂମ ଓଡ଼ିଆ ଆମେ
ସିଂହଭୂମ ଓଡ଼ିଆ ଆମେ
ଷୋହଳ କଳାରେ ଭୂଷିତ ଭୂମି
ଏହୁତ ପରା ଆମ ସିଂହଭୂମି
କଳା ଛଉ ନୃତ୍ୟେ ସଜ୍ଜିତ ଭୂମି
ସମ୍ମାନ ପାଉଛି ବିଶ୍ଵ ରେ ଭୂମି
ଓଡ଼ିଆ ଙ୍କ ଭୂମି
ଓଡ଼ିଶାରାଜ୍ୟର ଛେଉଣ୍ଡ ଭୂମି ।
ଆରାଧ୍ୟ ଯାହାର ଜଗା ଠାକୁର
ଉତ୍କଳ ସଂସ୍କୃତି ସଂସ୍କାର ଯାର
ପର୍ବ ଓ ପର୍ବାଣୀ ଏକ ପ୍ରକାର
କାହିଁ ନଜର ଏଠି ଓଡ଼ିଶାର
ଦୁର୍ଦ୍ଦଶା ଆମର
ହୁଏ କାହିଁ ମନ ଦେଖି କାତର ।
ଗୀତା ଯଜ୍ଞ ଶାଳା ଜଗା ମନ୍ଦିର
ପ୍ରେମ ପ୍ରୀତି ଶ୍ରଦ୍ଧା ସିଂହଭୂମିର
ତ୍ୟାଗସେବାଭାବ ସ୍ବଭାବଯାର
ରାଷ୍ଟ୍ରହିତେକାର୍ଯ୍ୟ କର୍ତ୍ତବ୍ୟତାର
ବିଚ୍ଛିନ୍ନାଞ୍ଚଳର
ତିରସ୍କାର ହୁଏ ଏ ନିରନ୍ତର ।
ଇସ୍ପାତ କାରଖାନା ଟି ଭୂମିରେ
ସମ୍ପନ୍ନ ଯେ ଭୂମି ସବୁ କ୍ଷେତ୍ରରେ
ନାହିଁ ଏଠି ଶିକ୍ଷା ମାତୃଭାଷାରେ
କରେ ରୋଦନ ଓଡ଼ିଆ କାତରେ
କିଏ ଶୁଣିବରେ
ଆଦରି ଭାଗ୍ୟ ଓଡ଼ିଆ ରୁହେରେ ।
ଅମୃତର କାଳ ପରା ଆସିଛି
ନୂଆଶିକ୍ଷାନୀତି ରାଷ୍ଟେ ହୋଇଛି
ଶିକ୍ଷା ମାତୃଭାଷା ମୂଳ ହୋଇଛି
କାହିଁ ଭାଷା ଶିକ୍ଷା ଏଠି ମିଳୁଛି
ଯନ୍ତ୍ରଣା ଦେଉଛି
କୀର୍ତ୍ତି ଭାରତର ବିଶ୍ବେ ଗୁଞ୍ଜୁଛି ।
ଖଣିଜେ ଭରିଛି ଭୂମି ଆମର
ଥିଲା ଏ ଦିନେ ଭୂମି ଓଡ଼ିଶାର
ଥିଲା ଶାସନ ଓଡ଼ିଆ ଜାତିର
ଭାଷାଶିକ୍ଷାଶୂନ୍ୟ ଭୂମି ଏଠାର
ଚିନ୍ତିତ ଅପାର
ନ ଶୁଣନ୍ତି ହେ କେଉଁ ସରକାର ।
ଅଧିକାର ଆମ ଭାଷାର ଶିକ୍ଷା
କାହିଁକି ନାହିଁ ମାତୃଭାଷା ଶିକ୍ଷା
ଜରୁରୀ ସନ୍ତାନେ ଜନନୀ ଶିକ୍ଷା
କିପରି ଓଡ଼ିଆ ପାରିବେ ଶିକ୍ଷା
ମାତୃଭାଷା ଶିକ୍ଷା
ନୂଆଶିକ୍ଷା ନୀତି ପାଇଁରେ ଶିକ୍ଷା ।
ମାତୃଭାଷା ଶିକ୍ଷା ମିଳୁ ଆମକୁ
କରୁ ବିନତୀ ଓଡ଼ିଶା ରାଜ୍ୟକୁ
ଭରସା କରୁଛୁ ଶିକ୍ଷା ମନ୍ତ୍ରୀକୁ
ଅଛି ବିଶ୍ବାସ ପ୍ରଧାନମନ୍ତ୍ରୀକୁ
ବିଶ୍ବାସ ନିଜକୁ
ଜନନୀ ଭାଷା ମିଳୁ ସନ୍ତାନକୁ ।
