STORYMIRROR

Shiba Charan Mahapatra

Romance

3  

Shiba Charan Mahapatra

Romance

ସିକ୍ତ ସ୍ମୃତି ଅବଶେଷ

ସିକ୍ତ ସ୍ମୃତି ଅବଶେଷ

1 min
43


ଝରିଲେ ଏ ରାତି ସରିବ ପିରତି 

ଯିବି ବନ୍ଧୁ ପରଦେଶ 

ଯେଉଁ ଦୁନିଆରେ ଥିଲେବି ରହିବ

ସିକ୍ତ ସ୍ମୃତି ଅବଶେଷ..!!


ଚିହ୍ନା ମହକରେ ସଂଚରିବି ମନେ

ସାଜି ହେମଲକ୍ ବିଷ

ପତ୍ରରେ ଫୁଲରେ ଛାଡିଯିବି ଯାହା

ସିକ୍ତ ସ୍ମୃତି ଅବଶେଷ..!!


ଝରିବନି ଲୁହ ସଞ୍ଜ ସଳୀତାରେ

ମନେ ରଖି ଅବଶୋଷ 

ମଳିନ ଶୀଖାରେ ହୃଦ ଜଳିଯିବ

ସାଜି ତପ୍ତ ନିଆଁ ଝାସ..!!

କେବେ କେଉଁଦିନ କଳ୍ପିତ ରାଇଜେ 

ଅବା ସ୍ୱପ୍ନେ ହେବି ଦୃଶ୍ୟ 

ନିର୍ଜନ ପ୍ରହରେ ଉଜାଗର କରି

ସିକ୍ତ ସ୍ମୃତି ଅବଶେଷ..!!


ଫିକା ହସ ଖଣ୍ଡେ ହୃଦୟୁ ଫିଙ୍ଗିବ

ଚାହୁଁଛି ବୋଲି ଆକାଶ

ବାଦଲ ଉହାଡେ ଛାଡିଦେଇ ଯିବି

ସିକ୍ତ ସ୍ମୃତି ଅବଶେଷ..!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance