Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

4  

Lata Behera

Abstract

ସୀତା ବିବାହ

ସୀତା ବିବାହ

1 min
5



ଜନକ ରାଜାଙ୍କ ଅଲିଅଳି କନ୍ୟା 

ଜାନକୀ ଦିବ୍ୟ ସୁନ୍ଦରୀ

ଜାନକୀଙ୍କ ପାଇଁ ଜନକ ରାଜା ଯେ

ସ୍ବଂୟମ୍ବର ଥିଲେ କରି ।


ମନରେ ତାଙ୍କର ଅନେକ ଭାବନା

ଖେଳୁ ଥିଲା ଉଙ୍କିମାରି

ସତେ ରାଜ ପୁତ୍ର ବିବାହ କରିବେ

ଶିବଧନୁ ଭଗ୍ନ କରି ।


ଯେଉଁ ଶିବଧନୁ ବାମ ହାତେ ସୀତା

ଉଠାଇଲେ କରେ ଧରି

ଯେଉଁ ରାଜପୁତ୍ର ଗୁଣ ଚଢେଇବ

ସୀତା ତାଙ୍କୁ ନେବେ ବରି ।


ଏମିତି ସର୍ତ୍ତକୁ ରଖିଣ ଜନକ

ରାଜ୍ୟେ ଡେଙ୍ଗୁରାକୁ କରି 

ଆନନ୍ଦ ଉଲ୍ଲାସେ ସର୍ବେ ପ୍ରବେଶିଲେ

ଖୁସିରେ ନେଲେ ସେ ବରି ।


ରାଜା ମହାରାଜା ଟଳି ପଡିଗଲେ

ଧନୁ ଉଠାଇ ନ ପାରି

କିଏ ଖଣ୍ଡ ଦୂରେ ଛିଟିକି ପଡିଲେ

ସର୍ତ୍ତରେ ଗଲେ ସେ ହାରି ।


ଦୁଃଖୀତ ହୋଇଲେ ବୈଦେହ ନରେଶ

ବସିଲେ ମନକୁ ମାରି

ନିଜକୁ ଧିକାର କରିଲେ ବହୁତ 

ନିକ୍ଷତ୍ରୀ ଦେଲେ ଉଚାରି ।


ଶୁଣି ସଉମିତ୍ରୀ କୋପଭର ହେଲେ

ବିଶ୍ବାମିତ୍ର ଦେଲେ ଠାରି

ଶିବଧନୁ ଭଗ୍ନ କରିବେ ଶ୍ରୀରାମ 

ମନୁ ଭୟ ଦିଅ ହରି ।


ଶୁଣିଣ ଜନକ ହେଲେ ସ୍ମିତ ହସ

ଉଠିଲେ କୋଦଣ୍ଡଧାରୀ 

ଗୁରୁଙ୍କୁ ପ୍ରଣାମ କରି ରାମଚନ୍ଦ୍ର 

ଧନୁରେ ଗୁଣ ଓଟାରି ।


ଶିବଧନୁ ଭାଙ୍ଗି ଗଲା ଯେତେବେଳେ 

କମ୍ପିଗଲା ବସୁନ୍ଧରୀ

ଆକାଶ ମାର୍ଗରୁ ଥାଇ ଦେବତାଏ 

ପୁଷ୍ପ ବୃଷ୍ଟି ଥିଲେ କରି ।


ବୈଦେହୀ ମନରେ ବିରସ ଭାବନା

ଯାଇଥିଲା ଅପସରି

ବିଧି ବିଧାନରେ ନୀତି ନିୟମରେ

ରାମଙ୍କୁ ଥିଲେ ସେ ବରି ।


ବିବାହ କରିଲେ ରଘୁ କୁଳ ପତି

ହସେ ମିଥିଳା ନଗରୀ

ପୁତ୍ର ବଧୂ ସାଥେ ରାଜା ଦଶରଥ

ଅଯୋଧ୍ୟା ଆସିଲେ ଫେରି ।


ବାଟେ ପର୍ଶୁରାମ ଦର୍ପ ପ୍ରଭୁ ରାମ

ଦେଇଥିଲେ ଖର୍ବ କରି

ମହା ଆଡମ୍ବରେ ଅଯୋଧ୍ୟା ଫେରିଲେ

ସୀତାଙ୍କୁ ବିବାହ କରି ।।


Rate this content
Log in

Similar oriya poem from Abstract