STORYMIRROR

Ambuja Mohanty

Romance Classics Fantasy

4  

Ambuja Mohanty

Romance Classics Fantasy

ସୀମନ୍ତିନୀ

ସୀମନ୍ତିନୀ

1 min
168


ଅନେକ ବର୍ଷ ପରେ ତୁମେ ସେମିତି ଲାଗୁଛ

ଯେମିତି ଲାଗୁଥିଲ ପ୍ରଥମ ଦିନ

ନୂଆ ବୋହୂ ହୋଇ ଆସିଥିଲ ।

ଓଢଣା ଟାଣି ମୋ ଘର ଏରୁଣ୍ଡୀ ଦେଇ ଯେଉଁଦିନ ।


ପ୍ରେମର ପରଶରେ ଗଢି ତୋଳି ଥିଲ

ମୋ ଇଟା ମାଟିର କେଇ ବଖରା ଘରକୁ 

ତୁମର ହାତ ରେ ହାତ ରଖି

ଗଢିଥିଲି ମୁଁ ସଂସାର ।


ସାଙ୍ଗରେ ଆମେ ଦେଖିଥିଲେ

କେତେ ଝଡି ବର୍ଷା ପୁଣି କେତେ ନିଦାଘ

ହେଲେ କେବେ ତୁମେ ବାନ୍ଧି ନାହ

ଅଭିଯୋଗ ର ସେତୁବନ୍ଧ। ।


ନା ତୁମେ ବଦଳିଛ

ନା ତୁମେ ପୁରୁଣା ହେଇଛ

ନା ତୁମେ କିଛି ନୂଆ ଲାଗୁଛ...


ସମୟ ସ୍ରୋତରେ ପଥର ମଧ୍ୟ ଘଷି ହୋଇ 

ବଦଳେଇ ନିଏ ନିଜ ରଙ୍ଗ

ହେଲେ ତୁମେ ସ୍ଥିର ରହି 

ମୋ ସଂସାରକୁ ସଜେଇ ନେଇଛ !


ଆଖିରୁ ଟପ୍ ଟପ୍ ଲୁହ ଗଳି ପଡ଼େ

କଣ ଟିକେ କହିଦେଲେ

ଆଉ ଫିକ୍ କରି ହସିଦିଅ

ଟିକିଏ ଛାତିରେ ଆଉଜି ଗେହ୍ଲା କରିଦେଲେ...


ହଁ ଖୁବ୍ ଖୁସି ମୁଁ

ହଁ ଖୁବ୍ ଆନନ୍ଦିତ ମୁଁ

ଜୀବନ ହୋଇଛି ପୂର୍ଣ୍ଣ

ଯଦି କେବେ ମୃତ୍ୟୁ ଆସେ

ବିନା ଦ୍ବିଧାରେ 

ହୋଇଯିବି ମୁଁ ମାଟିରେ ଲୀନ...


କେବଳ ତୁମ ଭରସା ରେ

ଜାଣେ ମୁଁ 

ଠିକ୍ ଚଲେଇ ନେବ

ଜୀବନ ଯମୁନା କୁ ମୋର

ବିନା ଜୁଆରରେ...


ସୌଭାଗ୍ୟ ମୋର ତୁମେ ଧରିଲ ମୋ ହାତ

କଢେଇନେବ ବାଟ 

ଯେବେ ଝୁଣ୍ଟିବି ମୁଁ ପଥ ।

ମୋ ମୁହଁ ରେ ମୃତ୍ୟୁର ନାମ ଶୁଣି ଚମକି ପଡ ତୁମେ

ମାଟି ଖସି ଯାଏ ପାଦ ତଳୁ  

କରିଚାଲ ସ୍ୱାର୍ଥପର ବୋଲି ବଦନାମ ମୋତେ ।


ହେ ମୋର ସୀମନ୍ତିନୀ !

ତୁମେ ହିଁ ମୋ ଜୀବନ ବେଦୀର ମନ୍ତ୍ର ଶବ୍ଦ ଓ 

ହୋମ ନିଆଁ ସବୁକିଛି ।

ଛାଡ଼ି କି ପାରିବି ହସ୍ତ ତୁମର ଆଜନ୍ମ !


ପ୍ରେମର ମୂର୍ଚ୍ଛନା ତୁମେ ଗାଇ

ଉଶ୍ୱାସ କରିଦେଲ ଜୀବନ ଜଞ୍ଜାଳକୁ 

ଆଉ ତୁମ ପରି ସାଥି ପାଇ

ଆଜି ଗାଏ ମୁଁ ପ୍ରେମର ମଲ୍ହାର ଆନନ୍ଦରେ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance