STORYMIRROR

Snigdha Nayak

Tragedy

5.0  

Snigdha Nayak

Tragedy

ସିଏ ଆସିବ

ସିଏ ଆସିବ

1 min
22.6K


ଅତୀତର ସବୁ ସ୍ମୃତି

ଆସେ ପ୍ରତିପ୍ରହରେ ନୂତନ ରୂପସାଜି

ସେଇ ସ୍ମୃତିକୁ ନେଇ ଗଢ଼ିଛି ନୂଆଁ ଏକ ସହର

କଟିଯାଏ ତୋ ବିନା ସେଇଠି ପ୍ରତିଟି ପ୍ରହର


କାଢେ ଯେବେ ଅତୀତର ପେଡ଼ି

ସ୍ମୃତି ରୂପକ କଣ୍ଟା ହୋଇଯାଏ ଫୋଡି

ହସିହସି ଲୋତକରୁ ରୋକେ ଲୁହ

ନ ଅଟକି ବହିଚାଲେ ହୋଇ ସେ ସୁଅ


ତଥାପି ମନ କୁହେ ସେ ଆସିବ

ସାଜି ବଧୂବେଶ ମୋ ହୃଦେ ପ୍ରବେଶିବ

ଜନମେ ଜନମେ ହୋଇ ରହିବ ସଙ୍ଗିନୀ

ମଥା ଛୁଇଁ ଦେଇଛି କଥା ସେ ଭୁଲିବନି


ଝରାଏ ତୋ ସ୍ମୃତି କେବେ ଓଠରୁ ହସର ମୋତି

ତ କେବେ କରେ ରୋଦନ ସ୍ମୃତି କୁ ହୃଦୟେ ଚାପି

ସୁଖସଂସାର ଗଢିବି ଦେଖେ ସପନ ନିଇତି

ସ୍ମୃତି ହୋଇ ରହିଲା ସାଇତି,ସମୟ ଗଲାଣି ବିତି


ବିରହ ବଇରି ସାଜି ଭୁଲାଏ ଜୀବନ ମୋହ

ଭରିଦିଏ ତୋ ସ୍ମୃତି ଯେ ମୋ ହୃଦୟେ କୋହ

ନିଶବ୍ଦ ରାତ୍ରି ପରି ନିଶବ୍ଦ ଏ ମୋର ମନ

ନେଇ ତୋ ନାମ ଡାକେ ମୁଁ ତ ପ୍ରତିଦିନ


ସ୍ନିଗ୍ଧା ନାୟକ, କୋଟା, ରାଜସ୍ଥାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy