Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Abstract Fantasy

3  

kahnu charan sahu

Abstract Fantasy

ଶ୍ୟାମ ଆସିବେକି ସତେ

ଶ୍ୟାମ ଆସିବେକି ସତେ

1 min
114



 

ସତ୍ୟ, ତ୍ରେତୟା, ଦ୍ଵାପର ଯୁଗରେ

ସହି ନ ପାରି ମହୀ ଅତ୍ୟାଚାର

ଜନ୍ମିଥିଲେ ପ୍ରଭୁ ମୁରଲୀଧର,

ଏ କଳି କାଳରେ ଅତ୍ୟାଚାରୀ ଯୁଗେ

ଶ୍ୟାମ ଆସିବେ କି ସତେ

ଉଦ୍ଧାରିବାକୁ ମହୀ

ପାପୀ, ଅତ୍ୟାଚାରୀ ହାତୁ ।


ଚଉଦିଗେ ଶୁଭେ ଖାଲି

ବିଶ୍ବାସରେ ଅବିଶ୍ୱାସର ଆର୍ତ୍ତନାଦ

ମଣିଷ ପାଲଟି ଯାଇଛି ଆଜି ହିଂସ୍ରପଶୁ

ପିଉଛି ଛଳେ, ବଳେ, କୌଶଳେ ମଣିଷ ରକ୍ତ ।


ଘୋଟି ଆସିଛି ସ୍ବର୍ଣ୍ଣିମ ଆକାଶେ

କଳା କାରନାମାର ଧୂସରିତ ମେଘ

ପ୍ରାୟ ପ୍ରତିଟି ଦେହରେ ଲାଗିଛି କଳଙ୍କର ଦାଗ,

କଲବଲ ହୁଏ ଏଠି ସରଳ ବିଶ୍ବାସୀ

ବିଶ୍ବାସଘାତର ଆଘାତରେ ।।



Rate this content
Log in

Similar oriya poem from Abstract