STORYMIRROR

Ajaya Mahala

Romance

2  

Ajaya Mahala

Romance

ଶୂନ୍ୟତାରେ ସାଥି ଦେଇଥିବା କିଛି ନା

ଶୂନ୍ୟତାରେ ସାଥି ଦେଇଥିବା କିଛି ନା

1 min
13.8K


ପୂର୍ଣତାର ଗୋଟା ଜହ୍ନ

ଚାହିଁଲେ ଦେଖି ହେବ

ସ୍ପନ୍ଦନ ବିହୀନ ଅମାବାସ୍ୟାରେ ||


ଖୋଜିଲେ ମିଳିଯିବ ବି

ମଳୟର ବାସ୍ନା

ସନ ସନ ଝଞ୍ଜା ବାତରେ

କେତେ ଶୀଘ୍ର ପୁରିଯାଏ

ଧନ ଜନର ପୂର୍ଣ୍ଣତାରେ

ଜୀବନର ଏ ଛୋଟ ମାଠିଆଟି

ତଥାପି ବି ଲାଗେ

ଏମିତି ଏକୁଟିଆ ଏକୁଟିଆ

ନିଃସଙ୍ଗତା ଛାଇ ଯାଏ

ଶରୀର ଆଉ ମନର ପ୍ରତ୍ୟେକ କୋଣରେ ||


ଯେମିତି ଶୀତ ସନ୍ଧ୍ୟାରେ

ଗାଆଁଠୁଁ ଦୂର ଛୋଟ ରେଳଷ୍ଟେସନ ପରି

ମନ ହୋଇଯାଏ ଏକାନ୍ତ

ଟ୍ରେନ ଚାଲିଗଲା ପରେ

ସେତେବେଳେ ମନେ ପଡେନା

ରଙ୍ଗୀନ ଦିନର ରଙ୍ଗୀନ ମୂହୁର୍ତ୍ତ ସବୁ

କେବଳ ମନେ ପଡେ

କେହି କେବେ ଯଦି ଭଲ କଥା କହିଥିଲା

ପଦେ ଦି'ପଦ

ଖାସ ତୁମପାଇଁ, ତୁମକୁ ନିଜର ଭାବି

ତା ପରେ ଆଉ କିଛି ରହେ ନାହିଁ ମନରେ ||


ଅଭିପ୍ସା ନ ଥାଏ ସେଠି

ନିରାଶା କିପରି ଥିବ ?

ସ୍ବପ୍ନ ନ ଥାଏ ସେଠି

ହତାଶା କିପରି ଥିବ?

ମନର ଦିଗବଳୟ

ସଙ୍କୁଚିତ ହୋଇଯାଏ କୁହୁଡ଼ିରେ

କୁହୁଡ଼ିର ପ୍ରତ୍ୟେକ କଣିକା

ଧାଇଁ ଯାଆନ୍ତି

ହୃଦୟର ଖାଲି ଅଗଣାକୁ

ଅତୀତର ଝରକା କବାଟ ଡେଇଁ

ମାପି ଯାଆନ୍ତି ତାର

ପ୍ରତ୍ୟେକ କୋଣ ଅନୁକୋଣ

ପହଞ୍ଚିବା ପର୍ଯ୍ୟନ୍ତ ସେହି ପଛ ଅଗଣାରେ

ସେହି ଅପେକ୍ଷାକୃତ ଅଧିକ ପରିଷ୍କାର

ଆଉ ଦମ୍ଭ କାନ୍ଥ ପାଖରେ

ଯାହା ଉପରେ ସ୍ପଷ୍ଟ ଲେଖା ହୋଇଥାଏ

କିଛି ନାଁ

ଯେଉଁମାନେ ସାଥି ହୋଇଥିଲେ

କେବେ ଜୀବନର ଶୂନ୍ୟତାରେ ||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance