ଶୂନ୍ୟତା ର ରେସ୍
ଶୂନ୍ୟତା ର ରେସ୍
ମୋ କଙ୍କାଳ ଭିତରେ 'ମୁଁ'
ଆଉ ମୋ' ଉପରେ ଆକାଶରେ ତୁମେ ।
ଉଭୟଙ୍କ ମଧ୍ୟରେ ଥିବା ଖାଲିସ୍ଥାନରେ
ଛିଡା ରହିଛି ଅହଂକାର ଭରା ମୋର ମମତ୍ୱ ।
ଜୀବନର ମୋହ ଏକ କଅଁଳା ଶିଶୁ ପରି
ମୋ' ବେକରେ ଝୁଲି ରହିଛି ।
ଯଦି ତୁମର ଅସ୍ତିତ୍ଵର ଜ୍ଞାନ ଆଗରୁ ଆସିଯାଇଥାନ୍ତା;
ତେବେ ମୋ' କର୍ମ ମାନେ ନୀରବରେ ଏକ ଶୁଦ୍ଧ ସମର୍ପଣ,
ତୁମ ନିକଟରେ କେବେଠାରୁ କରି ସାରନ୍ତେଣି ।
ମତେ ବଣ୍ଟା ଯାଇଥିବା ସମୟର ବିରତିରେ;
ମନେ ପକାଏ ତୁମକୁ ପ୍ରତ୍ୟାକ୍ଷିତ କରିଥିବା,
ମୋର ନାସ୍ତିକ ମୁହୂର୍ତ୍ତ ମାନଙ୍କୁ ।
ସତ୍ୟକୁ ଖୋଜେ ମୁଁ ମଇଳାର ଦୁର୍ଗନ୍ଧରେ;
ଲୋଭନୀୟ ନାରୀ ଶରୀରରେ କିମ୍ବା ସ୍କଚ୍ ପେଗ୍ ରେ,
ଫୋର୍ ବେଡ଼୍ ରୁମ୍ ଡ଼ୁପ୍ଲେକ୍ସ ରେ
ଓ ରୋଲ୍ସ ରଏସ୍ କାର୍ ଷ୍ଟିୟରିଂ ରେ,
ଲାଗେ ସମୟ ବହୁତ ବାକିଅଛି, ଏହି ପତ୍ନତତ୍ୱ ଖନନରେ ।
ଏକ ଗର୍ତ୍ତ , କିଛି ଜାଗରଣ , ଆଉ ପରେ ଶୂନ୍ୟତା ,
ବେଳେ ବେଳେ ଚାର୍ବକ ଦର୍ଶନର ଗର୍ତ୍ତ ବି ଖୋଳାଯାଏ
ଚର୍ଚ୍ଚା ଭିତରେ ।
ମୃତ୍ୟୁ ଝୁଲେଇବା ପାଇଁ ଦୋଳି ବାନ୍ଧି ସାରିଲାଣି;
ସୁନ୍ଦର , ଆକର୍ଷଣୀୟ ଓ ଅପେକ୍ଷାରତ ।
ଏବେ ବି ବଦଳି ପାରୁ ନଥିବା ଦିନ ମାନଙ୍କ ଭିତରେ
ଶୂନ୍ୟତାର ମର୍ମ ସ୍ଥଳକୁ ଆବିଷ୍କାର କରି ହେବ !
କଣ ଚାହଁ ? କେଉଁ ଦର୍ଶନ ?
କେଉଁ ସର୍ବୋଚ୍ଚଙ୍କ ସହ ସାକ୍ଷାତକାର ?
ବର୍ତ୍ତମାନ ବହୁତ ବିଳମ୍ବ ହୋଇଗଲାଣି,
କାରଣ ମୃତ୍ୟୁ ଏକ ଅନୁମାନ ନୁହେଁ ଧାରଣା !
ସବୁ କିଛିକୁ ସ୍ୱୀକାର କରିନେବା ନିଶ୍ଚିତ ଭାବେ ଅର୍ଦ୍ଧସତ୍ୟ -
ସେଇ ଉପସଂହାରରେ ପହଂଚିଯିବି ବୋଲି ଭାବୁଛି ।
କିନ୍ତୁ ସେ ଏଇଠି ଅଛି ;
ବିଦ୍ୟୁତ୍ ର ଏକ ଚିଂଗାରୀ ପରି,
ଏକ ଅସ୍ଥାୟୀ ପ୍ରେମ ପରି, ଜୀବନ -
କିଛି ନାହିଁ (ଶୂନ୍ୟ ) ।।