ଶୁଷ୍କତରୁର ମନ
ଶୁଷ୍କତରୁର ମନ
ଫଗୁଣର ତୁମେ ଫଗୁ ପସରା ଲୋ
ପ୍ରଣୟର ମଧୁଶାଳା
ତୁମରି ପ୍ରେମରେ ରଙ୍ଗୀନ ଦିଶୁଛି
ହୃଦୟର ମୁଖଶାଳା I
ତୁମେ ଜାଳିଦେଲେ ପ୍ରୀତିର ସଳିତା
ମୁଁ ଜଳିବି ହୋଇ ଦୀପ
ତୁମପାଇଁ ସଖୀ ଲେଖି ହୋଇଯିବ
ପ୍ରେମ ପ୍ରଣୟର ଗପ I
ମଳୟ ଛୁଆଁରେ ପଲ୍ଲବି ଉଠିବ
ଶୁଷ୍କ ତରୁର ମନ
ଉଲ୍ଲସାଇ ଦେବ ଓଠର ପ୍ରାଙ୍ଗଣ
ଉଇଁଲେ ଦ୍ୱିତୀୟା ଜହ୍ନ I
କଳ୍କ ଲୋକର କଳ୍ପନା କୁଞ୍ଜେ
ଚହଟି ଉଠିବ ପ୍ରୀତି
ଦେହ ମନ ପ୍ରାଣ ଭିଜିଯିବ ସଖୀ
ଭିଜିବ ଅନ୍ଧାର ରାତି I