STORYMIRROR

Swetapadma Pradhan

Romance

3  

Swetapadma Pradhan

Romance

ଶୁଣରେ ମୋ ଲୋଟଣୀ ପାରା

ଶୁଣରେ ମୋ ଲୋଟଣୀ ପାରା

1 min
232

ଶୁଣରେ ମୋ ଲୋଟଣୀ ପାରା

ହାତେ ମୋର ଥରେ ଦେରେ ଧରା। 


ଯିବୁରେ ତୁହି ସ୍ୱାମୀ ପାଖର

ଯାଇ ଶୁଣାଇବୁ କାନେ ତାଙ୍କର।


ମନେ ପକାଉଛି ତୁମରି ସାଥି

ଛାଡ଼ି ଏତେ ଦୂରେ ରହୁ ଅଛ କେମିତି।


ଶୟନେ ସପନେ ଦିଶେ ତାଙ୍କରି ମୁଖ

କେଉଁଠାରେ ମନ ଲାଗୁନି ସୁଖ। 


ଖାଇବାକୁ ଯେବେ ବସଇ ମୁହିଁ

ସବୁ ଲାଗେ ପିତା କିଛି ରୁଚଇ ନାହିଁ। 


କରେ ରୋଷେଇ ଚିନ୍ତି ମନେ ତାହାଙ୍କୁ

ଲୁଣ ବଦଳେ ଢାଳି ବସେ ଚିନିକୁ।


ଚାହିଁ ମୁଁ ବସିଛି ତାଙ୍କ ବାଟକୁ

କେବେ ଆସିବେ ସେ ମୋର ପାଖକୁ। 


କହୁଛି ପାରା କଥା ଆମର

ହୋଇ ସ୍ଥିର ଟିକେ କାନକୁ ଡେର। 


ମନେ ପଡ଼େ ଆମ ପ୍ରଥମ ଦେଖା

କରିଥିଲେ ସେ ପ୍ରସ୍ତାବ ପକା। 

ରହିଲେ ସେଦିନ ମନରେ ମୋର

ଆଉ ଦେଖିନାହିଁ ଦ୍ୱିତୀୟ ଥର। 


ମନ ମିଶିଥିଲା ପହିଲି ଦେଖାରେ

ଶରୀର ମିଶିଲା ମଧୁ ସଜ୍ଜ୍ୟାରେ। 


ଦେଖି ପାଖେ ମୋର ଘୁରିଲା ମଥା

ଦୂରିଭୂତ ଡର କରି ମଧୁର ବାର୍ତ୍ତା।


ହେଲି ମୁଁ ଜୀବନ ସାଥି କହିଲେ

ଡରନା ବୋଲି ଚୁମି ସେ ଦେଲେ।


ଶୋଇଗଲେ ରଖି ମଥା କୋଳରେ

ପାହିଗଲା ରାତି ଅଳ୍ପ କଥାରେ। 


ସ୍ୱାମୀ ମୋ ଅଟନ୍ତି ରସିକ ଭାରି

କହି ବୁଲନ୍ତି ମୁଁ ତାଙ୍କ ସୁନ୍ଦରୀ।



Rate this content
Log in

Similar oriya poem from Romance