କନ୍ଯା ରତ୍ନ
କନ୍ଯା ରତ୍ନ
ଯାହା କୋଳେ କନ୍ଯା ଜନମ ହୁଅଇ
ଭାଗ୍ୟବାନ ସେ ଦମ୍ପତି
କନ୍ଯା ରତ୍ନ ବୋଲି ଚର୍ଚ୍ଚିତ ହୋଇଛି
ନଥାଉ ଧନ ସମ୍ପତ୍ତି ।
କନ୍ଯା ଅଟେ ସେତ ମାଆଙ୍କ ନୟନ
ବାପାଙ୍କ ହ୍ରୁଦ ସ୍ପନ୍ଦନ
ଭାଇର ହାତରେ ରାଖୀ ପୁଣି ସିଏ
ଭଉଣୀର ବୁଝେ ମନ।
ପିଲାଟି ଦିନରୁ ବଢେ ସୁକୁମାରୀ
ସତେ କଣ୍ଢେଇଟେ ଭଳି
ବଡ଼ ହୋଇ କେତେ ବୋଝ ସେ ସମାଳେ
ସବୁ ଜଳାଞ୍ଜଳି ଦେଇ ।
ତା ଲାଗି ତିଆରି କେତେ କଟକଣା
ଏ ଯେ ଅଟେ ଅବିଚାର
ହାତେ ମାପି ଚାଖେ ପାଦ ସେ ପକାଏ
ଟାହି ପାଇଁ ଭୟ ତାର।
ତାରି ଉପରେ ନଜର ସଭିଙ୍କ ସତେ
ପୂର୍ଣିମା ରାତିର ଜହ୍ନ
ଭଲରୁ ଖରାପ ଖୋଜି ହେଉଥାନ୍ତି
ଲଗାଇ କଳଙ୍କ ଚିହ୍ନ।
ଘର ଅଗଣାରେ ସାରି ଧୂଳିଖେଳ
ଚାଲିଯାଏ ପର ଘର
ଅଚିହ୍ନା ମେଳରେ ଦିନ ସେ କଟାଏ
ନିୟମ ଅଟେ ବିଧିର।
ଉସ୍ଚର୍ଗ କରେ ସେ ପୁରୁଷଠୁ ବେଶୀ
ନାରୀ ଯେ ଅଟେ ମହାନ
ତଥାପି ଘୃଣ୍ଯ ସେ ହୋଇ ରହିଅଛି
ବୁଝୁନେ ତା ବଳିଦାନ।