ପ୍ରୀତିର ବନ୍ୟା
ପ୍ରୀତିର ବନ୍ୟା
ସକାଳେ ଫୁଟି ଅନେକ ଫୁଲ
ସଞ୍ଜକୁ ମଉଳି ଯାଏ
ଥାଇ ସୁନ୍ଦରତା କି ଅବା ଲାଭ
ଭ୍ରମରର ଯଦି ମନ ନ ମୋହେ।
ବଗିଚାରେ ରହି ଶୋଭା ସେ ବଢାଏ
ଦେଖି ଚଳନ୍ତି ଦେଖଣାହାରୀ
ଚାହିଁ ରହିଥାଏ ପ୍ରେମିକ ପଥକୁ
ବୁଝେ ନାହିଁ କେହି ମନ ତାହାରି।
ଅଳସୀ ଯୌବନ ଛଟପଟ ମନ
ପାଇବାକୁ ଥରେ ଓଠୁ ଚୁମ୍ବନ
ପ୍ରତିକ୍ଷାର ସୀମା ଲଙ୍ଘି ଯାଉଛି
ଆସୁ ନାହିଁ ସେହି ମଧୁ ଲଗନ।
ଅଙ୍ଗେଅଙ୍ଗେ ଉଠେ ପ୍ରୀତିର ବନ୍ୟା
ନୟନେ ଯେଶନ ମାଦକ ନିଶା
ଡହଡହ ବଢ଼େ ଦେହେ ଉତ୍ତାପ
କମାଇବ ତାକୁ ପ୍ରେମର ବର୍ଷା।

