STORYMIRROR

Swetapadma Pradhan

Tragedy Inspirational

4  

Swetapadma Pradhan

Tragedy Inspirational

ଅଲୋଡ଼ା ମାଆ

ଅଲୋଡ଼ା ମାଆ

1 min
235

ନଅ ମାସ ତୁହି ଗରଭେ ରହିଲୁ

ମାରିଥିଲୁ କେତେ ନାତ

ଆଜି ଯେତେବେଳେ ବୁଢୀ ହୋଇଗଲି

ପାଶୋରିଲୁ ମୋର କଷ୍ଟ।


ଯାଇଥିବୁ ଯେବେ ଘର ବାହାରକୁ

ଚାହିଁ ବସୁଥିଲି ତୋତେ

ଆଜି ରହୁଛି ତୋ ଘରେ ବୋଲି ବାବୁ

ଗୋଇଠା ମାରୁଛୁ ମୋତେ।


ଖାଇ ନଥିଲେ ତୁ ସଙ୍ଖାଳି ମୋର ରେ

ହେଉଥିଲି ବିଚଳିତ

ଆଜି ଯେତେବେଳେ ମାଗେ ତୋତେ

ମୁଠେ ଦଉ ନାହୁଁ ମୋତେ ଭାତ। 


ଥିଲୁ ଯେବେ ଛୁଆ କହି ମା' ମା'

ବୁଲୁଥିଲୁ କାନି ଧରି

ଆଜି ବଡ଼ ହୋଇ ମାଆ ସ୍ନେହ ଭୁଲି

ଦଉ ମୋତେ ପର କରି। 


କାଲି କହୁଥଲୁ ମା' ମୁଁ ଗର୍ବିତ

ତୋ କୋଳେ ଜନମ ହୋଇ

ବୃଦ୍ଧାବସ୍ଥେ କହୁ ବ୍ୟର୍ଥ ଏ ଜୀବନ

ତୋ ପରି ମାଆକୁ ପାଇ। 


ମାଆ ଅଟେ ମାଆ ଦୁନିଆରେ ଶ୍ରେଷ୍ଠ

ବୁଝି ତ ପାରୁନେ ଏବେ

ବୁଝିଲା ବେଳକୁ ଭାସି ଯାଇଥିବ

ଆଉ ପାଇବାନି ହାତେ। 


Rate this content
Log in

Similar oriya poem from Tragedy