Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Swetapadma Pradhan

Inspirational Others

4.0  

Swetapadma Pradhan

Inspirational Others

ସ୍ୱାଧୀନ ଭାରତ

ସ୍ୱାଧୀନ ଭାରତ

1 min
223


ସ୍ୱାଧୀନ ଦେଶର ସ୍ୱାଧୀନ ମାନବ 

   ଆସ ହୋଇ ଏକ ମନ

ସ୍ୱାଧୀନ ସକାଳେ ସ୍ୱାଧୀନ ଦିନର

    କରିବା ଅଭିନନ୍ଦନ। 


ତ୍ରିରଙ୍ଗାର ତଳେ କରିବା ସପଥ

  ଗଢ଼ିବା ନୂଆ ଭାରତ

ମୋ ଦେଶ ମାଟିରୁ ହଟାଇବା ହିଂସା

  କରିବା ତାହାକୁ ସ୍ୱଛ। 


ଚଉସ୍ତରି ବର୍ଷ ହୋଇଲା ପୂରଣ

   ଦେଶ ସ୍ୱାଧୀନତାର

ନାମକୁ ସ୍ୱାଧୀନ ହୋଇଅଛେ ଆମ୍ଭେ

   ଆଜି ବି ଛାଡ଼ୁନି ଡର। 


କରିଣ ଦୁର୍ନିତୀ ପେଟ ପୋଶୁଥାନ୍ତି

   ନିରିହ ହୁଏ ପଥର

ଚୋରି ଡକାୟତି ନିର୍ଭୟେ ଚାଲିଛି

   ଅଧର୍ମ କାୟା ବିସ୍ତାର। 

   

ଫିରିଙ୍ଗି କବଳୁ ମୁକ୍ତ ତ ହୋଇଛେ

   ସ୍ୱଦେଶୀ ଏବେ ମାତିଛି

ସମାଜ ସେବାର ପଥ ଆପଣାଇ

   ଅନିତି ମାନ ଚାଲିଛି। 


ଘର ଘର ବୁଲି ଭୋଟକୁ ମାଗନ୍ତି

   ଶ୍ରଦ୍ଧାରେ ଦେଖାଇ ଚିହ୍ନ

ନେତାମନ୍ତ୍ରୀ ଯେତେ ପାୱାର ଦେଖାନ୍ତି

   ସରିଗଲେ ନିର୍ବାଚନ। 


ସୁରକ୍ଷିତ ନୁହେଁ ରାତ୍ରି ଅନ୍ଧକାରେ

   ଦେଶର ଯୁବତୀ ଗଣ

କନ୍ଯା ଭ୍ରୁଣ ହତ୍ଯା ନିତି ଦିନ କଥା

   ପ୍ରଶାସନ ମୁହଁ ଟାଣ। 


ନାରୀ ନିର୍ଯାତନା କେତେ ବଧୁ ହତ୍ଯା

   ଦିନକୁ ଦିନ ବଢ଼ୁଛି

ଗଣବଳାତ୍କାର ନିର୍ଭୟେ ଚାଲିଛି ଦେଖି

   ଆଇନ୍ ଆଖି ବୁଜୁଛି। 


ଅନେକ ଶିଶୁ ଯେ ଶିକ୍ଷାରୁ ବନ୍ଚିତ

   ଦେଖନ୍ତିନି ବିଦ୍ୟାଳୟ

ଅସହାୟ ହୋଇ କର୍ମ ଆବୁରଇ

   ମେଣ୍ଟାଏ ତା ଗୁଜୁରାଣ। 


ଉଚ୍ଚ ପଦାଧିକାରୀ ଉପୁରି ମାଗଇ

   ନହେଲେ ହେବନି କାର୍ଯ୍ୟ

ସେଲାଗି ଶିକ୍ଷିତ ବେକାରି ହୋଇଲା

   ଲାଞ୍ଚ ପାଇଁ ନାହିଁ ଅର୍ଥ। 


ଡାକ୍ତରଖାନାରେ ଡାକ୍ତର ଉଭାନ

   ରୋଗି ଡହଳ ବିକଳ

ବିଦ୍ୟାଳୟ ଫାଙ୍କା ଶିକ୍ଷକର ବିନା

   ବାହାରୁ ଖାଲି ସୁନ୍ଦର। 


କେତେ ସଂଗ୍ରାମୀ ରଥି ମହାରଥୀ

  ଦେଇଗଲେ ବଳୀଦାନ

ଉସ୍ଚର୍ଗ ତାଙ୍କର ବ୍ୟର୍ଥ ହୁଏ ଆଜି 

  ସବୁ ପ୍ରାୟ ମୂଲ୍ଯହୀନ।


ରାଣୀ ଲକ୍ଷ୍ମୀ ବାଇ କରିଲେ ଲଢ଼େଇ

   ପରାଧୀନ ମୁକ୍ତ ପାଇଁ

ଅଶ୍ୱାରୋହଣେ ଖଡ୍ଗ ଚଳାଇଣ ଶେଷେ

   ବୀରଗତି ଥିଲେ ପାଇ। 


ସରୋଜିନୀ ହୋଇ କଂଗ୍ରେସ ଅଧ୍ଯକ୍ଷା

   ଜାଗ୍ରତ କଲେ ଯୁବଶକ୍ତି

ଆନ୍ଦୋଳନେ ସଦା ନିଜକୁ ସମର୍ପି

   ହୋଇଥିଲେ ନାରୀ ନେତ୍ରୀ। 


ସୁଭାଷ ବୋଷ ଆନ୍ଦୋଳନ କଲେ

   ଆପଣାଇ ଉଗ୍ରନୀତି 

ନେହେରୁ ଭଗତ ବାଘାଯତୀନଙ୍କ

   ମହାନ ଅଟେ କୀରତି।

   

ମୁଖ୍ଯ ପୁରୋଧା ସାଜିଣ ଗାନ୍ଧୀଜୀ

   ଆନ୍ଦୋଳନ ଆରମ୍ଭିଲେ

ଅହିଂସାର ମାର୍ଗରେ ଇଂରେଜକୁ ତଡ଼ି

   ବିଜୟ ଧ୍ୱଜା ପୋତିଲେ।


ସ୍ୱାଧୀନ ଭାରତ ବୋଲି ଗର୍ବ ମନେ

  ଧନ୍ଯ ତାର କୋଳେ ଜନ୍ମି

ଜାତି ଧର୍ମ ବର୍ଣ୍ଣରେ ନଥାଏ ପ୍ରଭେଦ

   ଧନ୍ଯ ମୋ ଭାରତ ଭୁମି। 

   

ଯେଉଁ ଦିନ ଦେଶ ହୋଇବ ମୁକତ

   ଚୋର ଠକ ଭଣ୍ଡ କବଳୁ

ସେହିଦିନ ସ୍ୱାଧୀନତାର ମୂଲ୍ୟବୋଧ

   ହେବ ଏ ଦେଶର ଜନତାକୁ। 



Rate this content
Log in

Similar oriya poem from Inspirational