STORYMIRROR

Swetapadma Pradhan

Others

3  

Swetapadma Pradhan

Others

କଳା ଠାକୁର

କଳା ଠାକୁର

1 min
234

ପତିତପାବନ ହେ କଳା ଠାକୁର

     ତୁମେ ତ ଭକ୍ତ ବସ୍ଚଳ

କର ବାରେ ଦୟା ସଂସାର ବାସୀଙ୍କୁ

     କେହି ନାହିଁ ତୁମ ତୁଲ। 


ନିଜ ଦେହେ କଳା ବୋଳି ପକାଇଛୁ

     ହେଇ ତୁ କଳା ଠାକୁର

ନିଚ ଭାବନାକୁ ଦୂର କରିବାକୁ 

      ଏପରି ଭିଆଣ ତୋର। 


କଳା ଶ୍ରୀମୁଖରେ ନାଲି ଅଧରରେ

     ହସ ତୁମ ମନକିଣା

ପିତବସନ ଯେ ଶ୍ରୀଅଙ୍ଗରେ ଦେଖି

     ଭକତ ହୁଏ କିମିଆ।


ନାହିଁ ହାତ ଗୋଡ଼ ଖଣ୍ଡିଆ ଶରୀର

     ତଥାପି ଦିଶୁ ସୁନ୍ଦର

ମନ ମନ୍ଦିରରେ ପୂଜିଲେ ମିଳୁରେ 

     ଠାକୁର ତୁ ପରା ଅଟୁ ଭାବର। 


ବଡ଼ ଦାଣ୍ତ ଧୂଳି ଦେହରେ ମୋ ବୋଳି

     ଗଡ଼ନ୍ତି କି ବେଢ଼ାରେ ତୋର

ଅରୁଣ ସ୍ତମ୍ଭକୁ ଧରନ୍ତି କୁଣ୍ଢାଇ

      ପାପ ଧୋଇଯାନ୍ତା ମୋର।


ଭକତ ପ୍ରେମରେ ତୁମେ ତ ବିହୋଳ

     ତୁମେ ପରା ଭାବଗ୍ରାହୀ

ନାହିଁ ମୋ ତୁଳିରେ ଏତେ ଶକ୍ତି ପ୍ରଭୁ

    ତୁଳନା ତୁମ କରିବି।


ଜାଣେ ନାହିଁ ପୂଜି ଆହେ ବ୍ରହ୍ମରାଶି

     ମୁଁ ଅଟେ ଦୀନ ଭକତ

ପଡ଼ୁବାରେ ତୁମ କରୁଣାର ଦ୍ରୁଷ୍ଟି

     କରୁଛି ପ୍ରାର୍ଥନା ନିତ୍ଯ। 



Rate this content
Log in