ବାଲି ଘର
ବାଲି ଘର
ଗଢ଼ିଥିଲେ ଦିନେ ଆମେ ଦୁହେଁ ମିଶି
ପ୍ରେମର ଏକ ମନ୍ଦିର
ଏବେ ଦେଖୁଛି ସେ ମନ୍ଦିର ନଥିଲା
ଥିଲା ପରା ବାଲି ଘର।
ଯତନରେ ଏତେ ତିଆରି କରିଲ
ଆମ ସମ୍ପର୍କର ସେତୁ
କେଉଁ ଦୋଷେ ଆଜି ମୁହଁ ଫେରାଉଛ
ହେଉନାହିଁ ମୋର ହେତୁ।
ଭାବି ମୁଁ ନଥିଲି ଜୀବନରେ କେବେ
ଆସିବ ଏମିତି ମୋଡ଼
ନଦେଖିଲେ ଦିନେ କରୁଥିଲ ମାନ
ଆଜି ହୋଇଗଲି ପର।
ପ୍ରତିଶୃତି ଥିଲା ଏକାଠି ବଞ୍ଚିବା
ଏକାଠି ମରିବା ପାଇଁ
ଚାଲିବା ପୁଣି ବାଟ ତ ଅନେକ
ହାତରେ ହାତ ମିଶାଇ।
ଚାଲିଗଲ ଭାଙ୍ଗି ନିମିଷକେ ସ୍ୱପ୍ନ
କରି ତାକୁ ଚୁରମାର
କଥା ଦେଇ ତୁମେ କଥା ନରଖିଲ
ବିଶ୍ବାସରେ ବିଷ ଦେଲ।
ରଖିବି ସାଇତି ହୃଦୟ କାନ୍ଥରେ
ଯେତେ ଆମ ପ୍ରେମ ସ୍ମୁତି
ତୁମେ ସିନା ସବୁ ଭୁଲି ରହିଗଲ
ମୁଁ ଯେ ଭୁଲିବି କେମିତି।
