STORYMIRROR

Odia Kavita

Inspirational

3.4  

Odia Kavita

Inspirational

ସମ୍ପର୍କ ପତି ପତ୍ନୀର

ସମ୍ପର୍କ ପତି ପତ୍ନୀର

1 min
249


କେତେ ଆଶା ନେଇ ଆସିଲି ମୁଁ ଛାଡି଼

ଜନମ ମାଟିକୁ ମୋର

ସୁଖଦୁଃଖ ସାଥି ହେଲି ମୁଁ ତୁମର

ଭାବିବନି ମୋତେ ପର । 


ରଖିବି ଲୁଚାଇ ପଣତରେ ମୋର

ପଡ଼ିବନି କାହା ନଜର

ଚାହିଁଲେ ବି କେହି ଭାଙ୍ଗି ପାରିବନି

ସମ୍ପର୍କ ଏ ସାତ ଜନ୍ମର । 


ଆକାଶ ପରିକା ହୃଦୟ ତୁମର

ମୁଁ ଯେ ସେଠି ଜହ୍ନ ଟିଏ

ରହିବି ଏମିତି ଚିରଦିନ ସାଥି

କୋକେଇ ବି ଗଲା ପରେ । 


ତୁମ ଅଗଣାରେ ତୁଳସୀ ପୂଜିବି

ହେଲି ତୁମ କୂଳ ବଧୂ

ସଭିଙ୍କୁ ଆପଣା କରିନେବି ସାଥି

ଭାର ନେଲି ତୁମ କାନ୍ଧୁ ।


ଗଢ଼ିବା ସଂସାର ହସ ଲୁହ ସାଥେ

କଥା ଦିଅ ମଥା ଛୁଇଁ

ହେଲେ କିଛି ଦୋଷ ମୋତେ ଯେ କ୍ଷମିବ

ହାତ ମୋ ଛାଡିବ ନାହିଁ । 


ତୁମ ପାଦ ପୂଜି ବିତୁ ମୋ ଜୀବନ

ଊଣା କରିବନି ସ୍ନେହ

ଏତିକି କାମନା କରୁଛି ଗୋ ସାଥି

ନିତି ଦେଖେ ତୁମ ମୁଁହ ।


ତୁମରି କାନ୍ଧରେ ହେଉ ଶେଷ ଯାତ୍ରା

ଯିବି ସୁଲକ୍ଷଣୀ ହୋଇ

ଜୀବନ ମୋ ପରା ସାର୍ଥକ ହୋଇବ

ଆଉ କିଛି ଲୋଡ଼ା ନାହିଁ ।



Rate this content
Log in

Similar oriya poem from Inspirational