STORYMIRROR

Swetapadma Pradhan

Inspirational

3  

Swetapadma Pradhan

Inspirational

ପ୍ରକୃତ ବନ୍ଧୁ

ପ୍ରକୃତ ବନ୍ଧୁ

1 min
281

ପ୍ରଶସ୍ତ ଏଇ ଜୀବନ ବାଟରେ

ଏକା ଚାଲିବାଟା କଷ୍ଟ

ଛିଡ଼ା ହୋଇ ଭାବେ ଦୋ-ଛକିରେ

ଲୋଡ଼ା ଜଣକର ହାତ। 


ଆସନ୍ତି ଅନେକ ପୁଣି ଚାଲିଯାନ୍ତି

କିନ୍ତୁ ରହିଯାଏ ଜଣେ

ସୁଖଦୁଃଖରେ ଭାଗି ହୋଇଥାଏ

ପାଖେ ଉଭା ପ୍ରତିକ୍ଷଣେ। 


ମନେ ବଳ ଦିଏ ପାଖରେ ଥିଲେ ସେ

ଡେଇଁବାକୁ ସାତସିନ୍ଧୁ

ସଭିଙ୍କ ଭାଗ୍ଯରେ ନିଶ୍ଚିତ ଆସଇ

ଜୀବନେ ପ୍ରକୃତ ବନ୍ଧୁ। 


ସମାଜ ଆଖିରେ ଘୃଣ୍ଯ ହୁଏ ଯେବେ

କୋଳାଗ୍ରତ କରି ନିଏ

ବଞ୍ଚିବାର ଆଶା ମଳିନ ପଡ଼ିଲେ

ସାନ୍ତ୍ବନା ମନରେ ଦିଏ। 


ଥିଲା ବହୁ ପ୍ରେମ କୃଷ୍ଣ ସୁଦାମାର

ଜଗତେ ସଭିଙ୍କୁ ଜଣା

ଫେରୁ ଥିଲେ ବୋଲି ବାଲ୍ୟ ସଖା ତାଙ୍କ

କୃଷ୍ଣ ହୋଇଥିଲେ ବଣା।


ବନ୍ଧୁ ତ ଦେଖେନା ଗରିବ ଅନାଥ

ହ୍ରୁଦୟ ତାର ବିଶାଳ

ନବହି କପଟ ତ୍ୟାଗ ସେ କରଇ

ତୁଳସୀ ପରା ନିର୍ମଳ। 


Rate this content
Log in

Similar oriya poem from Inspirational