STORYMIRROR

sumita behera

Romance Fantasy

4  

sumita behera

Romance Fantasy

ଶୁଣିଛକି କେବେ

ଶୁଣିଛକି କେବେ

1 min
232


ଶୁଣିଛକି କେବେ,

ନିସ୍ତବ୍ଧ ରାତିରେ

ବତାସର ଆଳାପ ???

ପ୍ରେମିକା କାନରେ 

ପ୍ରେମିକର ତୁନି ତୁନି ବାର୍ତ୍ତା

'ତୁମକୁ ଭଲ ପାଏ', 'ତୁମକୁ ଭଲ ପାଏ '

 ଆଉ ଲାଜରେ ସରିଯାଇ

 ପ୍ରେମିକାର ଅସ୍ପଷ୍ଟ ହୁଁ ହୁଁ ଶବ୍ଦ ହିଁ ତ

 ବତାସର ଆଳାପ ।


ଶୁଣିଛକି କେବେ 

ମଧ୍ୟରାତ୍ରୀରେ 

ଝିଙ୍କାରୀର ମିଳନ ସଙ୍ଗୀତ ???

ବୀଣାର ଝଙ୍କାରରେ

ସପ୍ତ ସୁରେ ମସଗୁଲ

ପ୍ରିୟତମାର କଙ୍କଣର ଝଣତ୍କାର ହିଁ ତ

ଝିଙ୍କାରୀର ମିଳନ ସଙ୍ଗୀତ ।।


ଶୁଣିଛକି କେବେ

ରାତ୍ରି ଶେଷେ 

ଝରଣାର କରୁଣ ବିଳାପ ???

ସରି ଆସେ ମିଳନ ରଜନୀ

ଶୋକାତୁରା ପ୍ରେୟସୀର

ବିଚ୍ଛେଦ ଆଶଙ୍କାରେ

ବୋହି ଯାଉଥିବା ଝର ଝର ଅଶ୍ରୁ ହିଁ ତ

ଝରଣାର କରୁଣ ବିଳାପ ।।


Rate this content
Log in

Similar oriya poem from Romance