STORYMIRROR

Sanuja Meghamala

Abstract Others

3  

Sanuja Meghamala

Abstract Others

ଶୁଖିଲା ପତ୍ର***********

ଶୁଖିଲା ପତ୍ର***********

1 min
186


ଅଲୋଡା ହୋଇ ଏଣେ ତେଣେ

ଉଡି ବୁଲୁଥିବା ଶୁଖିଲା ପତ୍ର ଟା ବି

ଦିନେ  କୁନି ସବୁଜ ପତ୍ର ଥିଲା

ଗଛ ଡାଳ ରେ ଝୁଲି ଝୁଲି

ପବନ ରେ ଦୋଳି ଖେଳୁଥିଲା

ଧୀରେ ଧୀରେ ଛୋଟ ରୁ ବଡ଼ ହେଲା

ସୁନ୍ଦର ପଣ ରେ ଦୃଷ୍ଟି ଆକର୍ଷଣ କରି

ବୃକ୍ଷ ପାଇଁ ଆବଶ୍ୟକ ଖାଦ୍ୟ

ପ୍ରସ୍ତତ୍ ରେ ସହଯୋଗ କରୁଥିଲା

କ୍ରମଶଃ ଅଭିଜ୍ଞତା ସହିତ

ଟାଣ ଓ ପାକଳ ବି ହେଲା

ହଠାତ୍ ଦିନେ ଦୁର୍ବଳ ହୋଇ ଗଛରୁ

ଝଡ଼ି ପଡ଼ିଲା ଶୁଖିଲା ପତ୍ର ଟି

ଦଲକାଏ ପବନ ମାଡ଼ରେ।

ଯିଏ ଖରା ବର୍ଷା ଶୀତ ପବନ ର

ଝଡ କୁ ଆଉଜେଇ ଦେଇଥିଲା

ନିଜର ନରମ ଚିକ୍କଣ ପିଠିରେ ,

ଆଜି ସେ ଉଡି ବୁଲୁଥିଲା

ଏଣେତେଣେ ପବନ ରେ

ଅସୁରକ୍ଷିତ ଭାବରେ

ଶୋଚନା ନ ଥିଲା ବୃକ୍ଷ ର

ପତ୍ର ଟେ ଝଡିଗଲେ

ବୃକ୍ଷ ର କିବା ଯାଏ !

ପୁଣି ନୂଆ ପତ୍ର ବୃକ୍ଷ ଶାଖା ରେ

ପଲ୍ଲ ବିତ ହୋଇ ,ସବୁଜିମା ରେ

ଭରିଦେବ ବୃକ୍ଷ ର ତନୁ କୁ।

ଶୁଖିଲା ପତ୍ର ଟେ ପରି.. ଏ ଜୀବନ .

ସମୟ ଚକ୍ରରେ ସୁଖ ଦୁଃଖ 

ହସ ଲୁହ ବାଣ୍ଟି ଦେଇ ମଣିଷ

ପରିବାର ର ସବୁ ବୋଝ ମୁଣ୍ଡେଇ

ରାତିଦିନ ଭୁଲି ଆଗେଇ ଯାଇ

କରିଯାଏ ନିଜର କର୍ତ୍ତବ୍ୟ

ସବୁ ବାଧା ବିଘ୍ନ କୁ ଅଣଦେଖା କରି

ଆଖିବୁଜି ମାଡ଼ି ଚାଲେ ଅନ୍ଧ ହୋଇ

ସମ୍ପର୍କ ର ମୋହ ରେ।

ନିଜ ଲୋକ ଙ୍କ ପାଖରେ

ଶେଷ ରେ ହାରି ଯାଏ

ଯେଉଁ ମାନଙ୍କ ମୁହଁ ରେ

ଟିକିଏ ଖୁସିଦେବା ପାଇଁ

ଚାଲିଥିଲା ଅନବରତ

କାମ କରୁଥିଲା ମେସିନ ଟେ ପରି

କାର୍ଯ୍ୟ କରିବାର ଦକ୍ଷତା

କ୍ରମଶଃ କମି କମି ଗଲା

ଶରୀର ଦୁର୍ବଳ ହେଲା ପରେ

ସେ ଏବେ ନିଜର ଆତ୍ମୀୟ ମାନଙ୍କ

ନିକଟରେ ଅଲୋଡା ଅଖୋଜା  

ଏହା ହିଁ ଜୀବନ ର

ଚିରନ୍ତନ ସତ୍ୟ ।।



Rate this content
Log in

Similar oriya poem from Abstract