STORYMIRROR

Dr Santosh Kumar Panda

Children

3  

Dr Santosh Kumar Panda

Children

"ଶୁଭ ସକାଳ"

"ଶୁଭ ସକାଳ"

1 min
139

               

ପୂରୁବ ଆକାଶେ ଉଇଁଲେ ରବି,

କି ସୁନ୍ଦର ଆହା ଦିଶଇ ଛବି। 

   

ଶୁଭ ଶଙ୍ଖ ନାଦ କଲେ ପକ୍ଷୀକୂଳ,

କିରଣେ ଶୋଭନ୍ତି ନଦୀରଜଳ।

    

ବୃକ୍ଷ ପତ୍ରରାଜି ପୁଣି ଭାଙ୍ଗି ଅଳସ,

ନିକ୍ଷେପନ୍ତି ଦୃଷ୍ଟି ପୂର୍ବ ଆକାଶ।


ଗୋବଂଶକୁ ନେଇ କୃଷକ ଭାଇ,

ହଳ ସାଥେ ଯାଏ କ୍ଷେତକୁ ଧାଇଁ।


ମନ୍ଦିରେ ସକାଳ ଘଣ୍ଟ ଶୁଭଇ,

ଚାଟଶାଳି ପାଠ ଭାସି ଆସଇ।


ସକାଳ କିରଣ ଦେହକୁ ହିତ,

ଉଠ ଉଠ ବାବୁ ନ କର ମଠ।


ଶିଘ୍ର ନିତ୍ୟକର୍ମ କରିଣ ଶେଷ,

ସୂର୍ଯ୍ୟ ନମସ୍କାର କରିବା ଆସ।


ମନ୍ତ୍ର, ପ୍ରାଣାୟମ,ଆସନ ହେବ,

ରୋଗ,ବଇରାଗ ଦୂରେ ରହିବ।


ସକଳ ଶକ୍ତିର ଆଧାର ରବି,

ଉର୍ଜାବାନ ହେବା ସେ କଥା ଭାବି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children