ଶୁଭ ପ୍ରଭାତ
ଶୁଭ ପ୍ରଭାତ
ଶୁଭ ପ୍ରଭାତ ରେ ଶୁଭ ମନାସନ୍ତି
ସଂସାରରେ ସର୍ବେ ସାଥେ
ଉଲ୍ଲାସରେ ଦିନ ବିତି ଯାଉ ବୋଲି
ବାହି ଥାନ୍ତି ମନ ରଥେ।
କାହା ଦିନ ବିତେ ଆନନ୍ଦ ରେ ଅବା
ଭାଙ୍ଗି ପଡେ ଦୁଃଖେ କିଏ
ଅମୃତ ବେଳାରେ ଚିନ୍ତି ଚିନ୍ତାମଣି
ଶୁଭ ସକାଳ ବିତାଏ।
ଶୁଭ ପ୍ରଭାତର ଗୁରୁତ୍ୱ କୁ ବୁଝି
ଯେ କରେ ଆରମ୍ଭ ଦିନ
ସର୍ବ କାର୍ଯ୍ୟ ତାର ସିଦ୍ଧି ହୋଇ ଥାଏ
ଆନନ୍ଦେ ମଜ୍ଜଇ ମନ।
ଜଗନ୍ନାଥ ସିନା ସବୁ ସମୟର
ସାଥି ସର୍ବ ସମ୍ଭନ୍ଧର
ପ୍ରଭାତ ସମୟ ମନ ଲାଗି ଗଲେ
ସିଦ୍ଧି ହୁଏ ବାର ବାର।
ଶୁଭ ସକାଳ ରେ ତାଙ୍କୁ ଚିନ୍ତା କରି
ଦିବସ ଆରମ୍ଭ କଲେ
ପ୍ରାର୍ଥନା କରିବା ହେ ଚକା ନୟନ
ଶୁଭେ ବିତୁ ଦିନ ଭଲେ।
