STORYMIRROR

Sagar Kumar Parida

Abstract Children

4  

Sagar Kumar Parida

Abstract Children

ଶରତ ଶୋଭା

ଶରତ ଶୋଭା

1 min
312

ବରଷା ସମୟ ସରିଲାଣି

କାଶତଣ୍ଡି ଫୁଲ ଫୁଟିଲାଣି,

ଧଳାମେଘ ମାଳା ନୀଳ ଗଗନରେ

ବୋଇତ ଭଳିଆ ଭାସିଲେଣି।।


ଶରତ ଋତୁର ମନ୍ଦ ସମୀରଣ

ଥିରି ଥିରି ହୋଇ ବୋହିଲାଣି,

ବିହଙ୍ଗମ ଦଳ କଳକଳଧ୍ୱନି

ବନେ ବନେ ଏବେ ଶୁଭିଲାଣି।।


ଶୁଭ୍ର ସୁମନରେ ଧରା ଶୋଭାପାଏ

ପଦ୍ମପୁଷ୍ପ ମନ ମୋହିଲାଣି,

ମା ଜଗଜ୍ଜନନୀ ଆସିବା ପାଇଁକି

ଏ ସବୁ ଲକ୍ଷଣ ଦିଶିଲାଣି।।


ସିଂହ ବାହାନକୁ ଆରୋହଣ କରି

ଦୁର୍ଗା ମା ଆସିବେ ମର୍ତ୍ତ୍ୟଭୂଇଁ,

ମାଆଙ୍କ ପବିତ୍ର ପରଶ ପାଇଣ

ପାପ ତାପ ସବୁ ଯିବ ଧୋଇ।।


ପାପୀ ମାନଙ୍କର ଅଜ୍ଞାନ ଅବିଦ୍ୟା

ଦୂର ହେବ ମାଆ ଆଶିର୍ବାଦେ,

ହୈମବତୀ କାତ୍ୟାୟନୀ ନାରାୟଣୀ

ଦିବ୍ୟନାମ ଏହି ଭଵ କୂପେ।।


ଦୁଃଖ ବ୍ୟାଧି ସର୍ବ ହେବ ଦୁରୀଭୂତ

ପାଇ ମାଆଙ୍କର ଦିବ୍ୟକୃପା,

ପଶୁ ପ୍ରକୃତିର ବିଲୟ ଘଟିବ

ଦେବଗୁଣେ ସର୍ବେ ବିଭୂଷିତା ।।


ସବୁବର୍ଷ ପରି ଶରତ କାଳରେ

ଧରାକୁ ଆସନ୍ତି ମା ଧାଇଁ,

କି ସୁନ୍ଦର ଏହି ଶରତ କାଳଟି

ଧନ୍ୟ ହୋଇଛି ମା ସ୍ପର୍ଶ ପାଇ।।



Rate this content
Log in

Similar oriya poem from Abstract