STORYMIRROR

Satyabati Swain

Tragedy

4  

Satyabati Swain

Tragedy

ଶ୍ରମିକର ସ୍ୱପ୍ନ ଓ ପ୍ରେମ

ଶ୍ରମିକର ସ୍ୱପ୍ନ ଓ ପ୍ରେମ

1 min
361

ବସ୍ ରେ ବସି ତାକୁ ଫୋନ୍ କଲି

ଅତି ସରାଗରେ

ବ୍ୟସ୍ତ ଲାଗୁଥିଲା

ମୋ ମନଟି ତା ପାଖେ ଛାଡି ଆସିଲି

ଏବଂ ତା ମନଟି ମୋ ସହ

ନେଇକି ଆସିଲି ବୋଲି।


ମୁଁ ଭାବିଥିଲି

ସେ ମୋ ଫୋନ୍ ପାଇଁ

ଅତି ଖୁସି ହୋଇ ଯାଇ ଅଭିମାନରେ

ଓଦା କରି ଦେଇଥାନ୍ତା ମୋତେ

କିନ୍ତୁ ନିଷ୍ଠୁର ଝିଅଟା

କହିଲା

କଣ କାମ ଥିଲା ?


ମୁଁ ତୁନି ପଡ଼ିଗଲି

ହୃଦୟଟି ଭାରି ହୋଇଗଲା

ସେ କଣ ମୋ ପରି

ମୋତେ ଛାଡ଼ି ବିରହ ନିଆଁରେ

ଆଉଟୁ ପାଉଟୁ ହେଉ ନାହିଁ!


ଧେତ୍ କି ହୃଦୟଟି ମୋର

ଅପେକ୍ଷା ସମ୍ଭାଳି ପାରୁନି

ସେ ପଟୁ ଖିଲି ଖିଲି ହସର ଜୁଆର ଛୁଟିଲା

ଫୁଲ୍ କରିଦେଲି ତୁମକୁ

ବୋଇଲା

ତୁମେ ମୋର ଖୁବ୍ ମନେ ପଡୁଛ

ତୁମ ବିନା ରହିବା ବହୁତ କଷ୍ଟ।


ସେ ଧୀରେ କହିଲା,

ହେ ଫୋନ୍ ରଖ

ମାଆ ଚା ଦେବାକୁ

ଡାକ ଛାଡିଲେଣି।


ଦୀର୍ଘଶ୍ଵାସ ଟେ

ମୋ ପିଞ୍ଜରା ଥରାଇ ବାହାରି ଆସିଲା

ଶ୍ରମିକଟିଏ ଖୁସିରେ ଜୀଇଁବା

 ଭାଗ୍ୟରେ କେଉଁ ଲେଖା ଯେ

ଦଶ ହଜାର ମାସିକ ବେତନକୁ

ଦଶ ସହସ୍ର ସମସ୍ୟା

ମନ ଥିଲେ ବି

ତୋତେ କଣ ସାଙ୍ଗରେ ଆଣି

ସହର ଜାଗାରେ ପୋଷି ପାରିବି ?


ତୁ ସେଇଠି ଥା

ଗାଁ ରେ ଥାଇ ସାଗ ମୁଗରେ

ପେଟ ଭରୁଥା

ମାଆକୁ ଦେଖୁଥା

ମୁଁ ରଜରେ ଘରକୁ ଯିବି

ଏଥରକ ତୋ ପାଉଜିଟା ସଜାଡି ନେବି

ଭଲ ଶାଢ଼ୀଟେ ନେବି ନିଶ୍ଚେ।


ଆରେ ବସ୍ କଣ ଦୋହଲି ଗଲା !

ରାସ୍ତା ତଳକୁ ଓଲଟି ପଡିଲା

ଶ୍ରମିକର ସ୍ୱପ୍ନ ପ୍ରେମ

ଘାଟି ବସ୍ ତଳେ

"ଶେଷ" ହୋଇଗଲା।



Rate this content
Log in

Similar oriya poem from Tragedy