Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Henarani Senapati

Classics Inspirational Others

4.5  

Henarani Senapati

Classics Inspirational Others

ଶ୍ରୀ ଜଗନ୍ନାଥ ପ୍ରଭୁ

ଶ୍ରୀ ଜଗନ୍ନାଥ ପ୍ରଭୁ

1 min
245


କୋଟି କୈବଲ୍ୟର ପ୍ରଭୁ

ଶ୍ରୀ ଜଗନ୍ନାଥ ହେ

ତୁଣ୍ଡେ ତୁମ ନାମ ଧରି

ଯାଉ ମୋର ପ୍ରାଣ ହେ ।

          ଗରୁଡ ପଛରେ ଚାହିଁ

          ଧିରେ ଚାହେଁ ମନ ହେ

          ଆହା କି ସୁନ୍ଦର ଋପ

          କମଳ ଲୋଚନ ହେ ।

ଭାବ ବିନୋଦିଆ ପ୍ରଭୁ

ଭାବ ଭିଆଇଣ ହେ

ମୋ ମନର ପୂର୍ଣ୍ଣ୍ୟ ସ୍ପର୍ଶୀ

ଘନିଷ୍ଠ ହେଇଛ ହେ ।

           ସୃଷ୍ଟି କର୍ତ୍ତା ସ୍ବୟଂ ପ୍ରଭୁ

           କଳା ଶ୍ରୀ ବଦନ ହେ

           ସମ୍ଭୁତ ସୃଷ୍ଟି କରିଛ

           ମନର ମନ୍ଦିରେ ହେ ।

ହୃଦୟେ ତୁମରି ସ୍ମୃତି

ଚଖୁରେ ଶ୍ରୀ ଛବି ହେ

ତୁଣ୍ଡେ ତୁମରି ଶ୍ରୀ ନାମ

କର୍ଣ୍ଣେ ଶ୍ରୀ ଜଗନ୍ନାଥ ହେ ।

            ନିଷ୍କାମ ସେବା କରିବ

            ମନ ମୋ କହୁଛି ହେ

            ଦୃଷ୍ଟାନ୍ତ ସ୍ୱରୂପ କୁହେ

            ଭଗବାନ କାଇଁ ହେ ।

ସୁମରଣା ମାତ୍ରେ ପ୍ରଭୁ

ତୁମ୍ଭ କଳା ବଦନ ହେ

ମୋ ନେତ୍ରରେ ନାଚି ଯାଏ

ତୁମ୍ଭ ଚକା ନୟନ ହେ ।

           ଗରୁଡ ସ୍ତମ୍ବ ର ପଛରେ

           ହୁଏ ଶୁଭ ଦର୍ଶନ ହେ

           ଭାବ ବିଭୋରର ଅଶ୍ରୁ

           ଛୁଟି ଯାଏ ତକ୍ଷଣ ହେ ।

ତୁମ ପ୍ରେମେ ମହା ଆନନ୍ଦ

ସର୍ବ ଶକ୍ତି ମିଳେ ହେ

ଦର୍ଶନ ରେ ଆତ୍ମ ସନ୍ତୋଷ

ଚକ୍ଷୁ ପବିତ୍ର ହୁଏ ହେ ।

            କର୍ମ କ୍ଲାନ୍ତ ମୋର ଶରୀର

            ଏବେ ଅବସ ନେଲା ହେ

            ଶେଷ ଦରଶନ ପ୍ରଭୁ

            ଏ ପାପିକି ଦିଅ ହେ ।


Rate this content
Log in

Similar oriya poem from Classics