ବିବାହ ବନ୍ଧନ
ବିବାହ ବନ୍ଧନ


ସୁହାଗ ସିନ୍ଦୂର
ନେଇ ଆସି ଥିଲ
ମାେ ଘର ଅଗଣା ଡେଇଁ
ସାତ ଦୀପ ଜାଳି
ଘରକୁ ମୋହରି
ଗଢିଲ ରଙ୍ଗୀନ୍ କରି !!୧!!
ଝିଅ ଜୀବନର
ପୃଷ୍ଠା ସବୁ ଚିରି
ଶାଶୁ ଘରେ ଗଲ ଲେଖି
ଶାଶୁ ଶଶୁର ତୋ
ଦେବତା ସମାନ
ସେବା କରୁ ଥିବୁ ଦେଖି!!୨!!
ଭ୍ରୁଲତା ତୁମର
ସୌନ୍ଦର୍ଯ୍ୟରେ ଭରା
ପ୍ରେମ ପୂର୍ଣ୍ଣ ସେ ଚାହାଣି
କାତ ପାଏ ନାହିଁ
ଗଭୀର ସେ ଗଣ୍ଡ
ସୀମା ହୀନ ସେ କାହାଣୀ !୩!
ସ୍ବପ୍ନ ଭରା ତୁମ
ଚାହାଣି ଆବେଗ
ଆକର୍ଷିତ ଚାରି ଆଖି
ଦୁଇଟି ହୃଦୟ
ଏକ ହୋଇଗଲା
ସାତ ଦୀପ ଅଛି ସାକ୍ଷୀ !!୪!!
ଭାବେ ବିହୋଲିତ
କରି ମୋର ମନ
ସାଜିଛ ତୁମେ ସାୟୀରି
ପ୍ରେମେ ଅନ୍ଧ ହୋଇ
ନିଜକୁ ହଜେଇ
ବାହୁଛି ସଂସାର ତରୀ !!୫!!
ବିବାହ ବନ୍ଧନ
ନୁହେଁ ପିଲା ଖେଳ
ବାଲିଘର ପରି ଯିବ
ଘେନି ବୁଝାମଣା
ଚଳିଲେ ସଂସାରେ
ବନ୍ଧନ ଦୃଢ଼ ହୋଇବ!!୬!!
ଉଠେ ଯେବେ ଝଡ଼
ସଂସାର ଯାଞ୍ଜାଳେ
ଜୀବନରେ ମୋଡ଼ ଆସେ
ଯବନିକା ପଡେ
ସଂସାର ନାଟକେ
ପଡେ ସିଏ ଦୁଃଖ ଫାସେ !୭!
ବିବାହ ବନ୍ଧନ
ସ୍ନେହ ମମତାର
ସ୍ଵପ୍ନର ବାଲୁକା ଘର
ଅଦିନ ଝଡ଼ରେ
ଭାଙ୍ଗି ରୁଜି ଚୁରେ
ରଖି ପାରେ ନାହିଁ ନର!!୮!!
ନିଜ ହାତେ ଅଛି
ତା ସୁନା ସଂସାର
ଭକ୍ତି ଭାବେ ରଖି ମନ
ପରସ୍ପର ସ୍ନେହ
ରଖିଲେ ମନରେ
ବୈକୁଣ୍ଠରେ ତାର ସ୍ଥାନ!!୯!!
ଦାମ୍ପତ୍ୟ ଜୀବନେ
କପଟ ନ ରଖି
ନ ଭାବିଲେ ନିଜପର
ପରସ୍ପର ମଧ୍ୟ
ଥିଲେ ସ୍ନେହ ଶ୍ରଦ୍ଧା
ସୁଖୀ ରହେ ପରିବାର !!୧୦!!