STORYMIRROR

DAMBURUDHARA BEHERA

Classics Inspirational

3  

DAMBURUDHARA BEHERA

Classics Inspirational

ବନ୍ଦେ ଭାରତ

ବନ୍ଦେ ଭାରତ

1 min
326


ଅତୀତରେ ଥିଲା ସୁନାର ଭାରତ

ବ୍ରିଟିଶ ଶାସନାଧୀନ

ଅହିଂସା ନୀତିରେ କରି ଆନ୍ଦୋଳନ

କଲେ ଦେଶକୁ ସ୍ଵାଧୀନ।।

କେତେବେଳେ ପୁଣି ଦିଲ୍ଲୀ ଚାଲୋ କହି

ଗଢିଲେ ଆଜାଦ ଫଉଜ

କେବେ ପୁଣି କହି ଦେବାକୁ ରକତ

କରିଥିଲେ ରଣ ସଜ ।।

ଚାରିଆଡୁ ଶୁଣି ଯୁଦ୍ଧର ଡାକରା

ପ୍ରକମ୍ପିତ ହେଲା ମହୀ

ଗୋରା ସାହେବର ନିଦ ଉଡିଗଲା

ରହି ନ ପାରିଲେ ସହି ।।

ସମୟ ସ୍ରୋତରେ ଶାସନ,ଶାସକ

ହୋଇଲେ ଅଣନିଶ୍ୱାସ

ସ୍ୱପ୍ନର ଭାରତ ସ୍ୱପ୍ନରେ ରହିଲା

ହେଲା ଦ୍ଵିଖଣ୍ଡିତ ଦେଶ।।

ବନ୍ଦେ ଭାରତରେ ଜାଗ ହେ ; ସନ୍ତାନ

ସବୁ କାମେ ହୁଅ ଆଗ

ଗାନ୍ଧୀ,ଗୋପବନ୍ଧୁ, ସୁବାଷ,ପଟେଲ

ହୋଇଥିଲେ ସଦା ସଜାଗ ।।

କୃଷକ,ସୈନିକ, ଯନ୍ତ୍ରୀ,ବୈଜ୍ଞାନିକ

ବାଛିବା ଉତ୍ତମ ମାର୍ଗ

ସୁଶାସକ ହୋଇ ଦେଶ ଚଳାଇବା

ଭାରତ ହେବ ଭୂସ୍ବର୍ଗ ।।

ସ୍ଵାଧୀନ ଦେଶରେ ସ୍ଵାଧୀନ ଭାବରେ

ଗାଇବା ବନ୍ଦେ ଭାରତ

ଅଖଣ୍ଡତା ଆମ ବଜାୟ ରଖିବା

ଲଭିବା ଜଗତେ ଖ୍ୟାତ ।।

ବନ୍ଦେ ଭାରତ ବର୍ଷ

ବନ୍ଦେ ଭାରତ ଦେଶ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics