STORYMIRROR

Kulamani Sarangi

Classics Inspirational

3  

Kulamani Sarangi

Classics Inspirational

ହଜିଗଲି ଅନ୍ଧଗଳିରେ

ହଜିଗଲି ଅନ୍ଧଗଳିରେ

1 min
225

ମାଟିରୁ ଗଢିଲ ଶରୀର,ଦେଇ କରୁଣାର ନିର୍ଝର,

ଛାତିରେ ସ୍ପନ୍ଦନ ଭରିଲ, କରି ପ୍ରାଣ ସଞ୍ଚାର,

ଜଡରୁ ଜୀବନ୍ତ କରିଲ ମୋତେ ବିଶ୍ବ ଆଧାର।।


ଦେଲ ସ୍ନେହ ପ୍ରେମ କରୁଣା,କେଉଁଠୁ ଆଣିଲ ଜାଣେନା,

ହସ ଭରିଦେଲ ଓଠରେ ଦେଇ ଛୁଆଁ ଜାଦୁର,

ଜଡରୁ ଜୀବନ୍ତ କରିଲ ମୋତେ ବିଶ୍ବ ଆଧାର।।


ଅମୃତ ମାଆର ଛାତିର,ସ୍ଫଟିକ ସ୍ନେହ ମୋ ପିତାର,

ଗଙ୍ଗାଜଳ ପରି ଛୁଟାଇ ଦେଲ ଧାରା ପ୍ରେମର,

ଜଡରୁ ଜୀବନ୍ତ କରିଲ ମୋତେ ବିଶ୍ବ ଆଧାର।।


ଆକାଶରୁ ଆଣି ଓଁକାର,ତେଜ ଅଂଶୁମାଳି ସୂର୍ଯ୍ୟର

ପବନରୁ ଆଣି ସଙ୍ଗୀତ ଦେଲ ଗଳାରେ ମୋର,

କେତେ ଫୁଲ ଆଣି ଅଜାଡ଼ି ଦେଲ ବିଶ୍ଵ ଆଧାର।।


ସତ୍ୟ ବାଣୀ ଦେଲ ଶିଖାଇ,ଭକ୍ତି ମାର୍ଗ ଦେଲ ଦେଖାଇ,

ଶାନ୍ତି,ଦୟା କ୍ଷମା ଧୃତିର ଗୁନ୍ଥି ସୁନ୍ଦର ହାର,

ଗଳାରେ ମୋ ଦେଲ ଲମ୍ବାଇ ଆହେ ବିଶ୍ବ ଆଧାର।।


ତୁମ ଦାନ ଗଲି ପାଶୋରି,କାମ କ୍ରୋଧ ଲୋଭ ଆଚରି,

କିମ୍ପା ମୋହ ଜାଲେ ପଡ଼ିଛି ନପାଉଛି ଉତ୍ତର,

ହଜିଗଲି ଅନ୍ଧଗଳିରେ ଆହେ ବିଶ୍ବ ଆଧାର।।


ଗାଳି ଦିଏ ତୁମ୍ଭ ସତ୍ତାକୁ,ଗର୍ବେ ଚାଲେ ଟେକି ମଥାକୁ,

ଅସୂୟା ରାକ୍ଷସ ଯାଉଛି ପିଇ ଲହୁଛାତିର,

ଅନ୍ଧଗଳିରେ ମୁଁ ପଡ଼ିଛି ଆହେ ବିଶ୍ବ ଆଧାର।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics