ହେ କଂସାରୀ ମମ ବନ୍ଦନମ୍
ହେ କଂସାରୀ ମମ ବନ୍ଦନମ୍
ହେ କଂସାରୀ ! ମମ ବନ୍ଦନଂ,
ରାଧିକା ହୃଦ ଚନ୍ଦନଂ ।0।
ଜୟ ଜୟ ଶ୍ରୀହରି,ନରଦେହେ ଅବତରି,
ଧରଣୀ ଦୁଃଖହାରୀ, ଶିଷ୍ଟ ପାଳନକାରୀ,
କୁଞ୍ଜବନ ବିହାରୀ,ଯଶୋଦା ମନୋହାରୀ,
ଗୋପବାଳା ମନଚୋର କାଳୀୟ ଦର୍ପହାରୀ ହେ ,।1।
କଂସାରୀ! ମମ ବନ୍ଦନଂ,ରାଧିକା...
ଗୋପୀବସ୍ତ୍ର-ହାରକ, ରକ୍ଷ ଦର୍ପ ନିବାରକ,
ଶଙ୍ଖା ଶକଟା ବକା ପ୍ରାଣ-ବିଦାରକ,
ଗୋଧନ ପାଳକ,ମନ୍ଦର ଧାରକ,
ଶକ୍ର ଦର୍ପ ବିନାଶକ, ଗୋପାଳ ତାରକ ହେ।2।
କଂସାରୀ ! ମମ ବନ୍ଦନଂ ରାଧିକା...
ହେ ବଂଶୀବଦନ,ହେ ମଧୁସୂଦନ !
କୁବୁଜା କୁଜହାରୀ ଚାଣୁର ନିସୂଦନ,
ଦୁର୍ବାର ବାରଣ,ଦନ୍ତ ଉତ୍ପାଟନ
ମାତୁଳ ହନନେ ମୁନିଜନ ବନ୍ଦନ ହେ !
କଂସାରୀ ! ମମ ବନ୍ଦନଂ,ରାଧିକା...