ସ୍ବାର୍ଥ
ସ୍ବାର୍ଥ


ଛୁଆଟିକୁ କାନ୍ଦୁଥିବା
କୋଳେଇ ନେଇ,
ଚୁପ୍ କରାଇବାରେ
କେତେ ଯେ ଆନନ୍ଦ
ସନ୍ତାନ ହୀନ ଦମ୍ପତିଙ୍କୁ ?
ଆଜ୍ଞାତରେ ସୁଖଦେଇ
ବଢିଥିବା ବାଳକଟି ଦିନେ,
ବୟସାତିକ୍ରାନ୍ତେ
ହୋଇଯାଏ ଉତ୍ତରଦାୟୀ ।
ସୁଖ ଖୋଜୁଥିବା ମାନବଟି
ଉର୍ଦ୍ଧ୍ବମୁଖ ହୋଇ
ସୂର୍ଯ୍ୟ ,ଚନ୍ଦ୍ର,ତାରାଗଣ ଦେଖି
ଭୁଲିଯାଏ
ଭୂମିର ଅସ୍ତିତ୍ବ ।
ଭୁଲିଯାଏ
ପୂର୍ବ ଆକାଶର ସେଇ ସୁନେଲୀ କିରଣ
ଚକ୍ ମକ୍ କରୁଥିଲା ଦିନେ
ତାର ମଖମଲ୍ଲୀ ମୁହଁ
ଯେଉଁ କୀରଣରେ !!
ପ୍ରକୃତରେ ମଣିଷଟି
କେତେ ସ୍ବାର୍ଥପର ?
ପାଇଗଲେ ଚିକ୍ମିକ୍ କାଚର ଟୁକୁଡା
ଭୁଲିଯାଏ ହାତେଥିବା
ପୁରୁଣା ହୀରାକୁ ????
ହୀରା କିନ୍ତୁ ,
ଥିଲା ମୂଲ୍ୟବାନ
ଯୁଗାନ୍ତରେ ଥିବ ଯେ ଅମୁଲ୍ୟ
ସ୍ବାର୍ଥପର ମଣିଷଟି କିନ୍ତୁ,
ବୁଝେ ତାର ମୂଲ୍ୟ .......
ଯେତେବେଳେ
ହାରିଯାଏ ଜୀବନ ଯୁଦ୍ଧରେ ।
ପାଏ ନାହିଁ ହିରା ପ୍ରାୟ ଅତୀତକୁ ଆଉ
ଭଙ୍ଗୁର କାଚ ଖଣ୍ଡଧରି
ଝୁରୁଥାଏ ମନେ ମନେ
ନିଜ ଅତୀତକୁ ଭିଡି ଧରି
ପୁଳାପୁଳା ଅଚିହ୍ନା ମଣିଷ !