STORYMIRROR

Sagar Kumar Parida

Abstract Classics Inspirational

3  

Sagar Kumar Parida

Abstract Classics Inspirational

ବୈଜ୍ଞାନିକ ସାର ଜଗଦୀଶ ଚନ୍ଦ୍ର ବୋଷ

ବୈଜ୍ଞାନିକ ସାର ଜଗଦୀଶ ଚନ୍ଦ୍ର ବୋଷ

1 min
593

ପବିତ୍ର ଭାରତ ଭୂମିର ବଙ୍ଗ ବରିଖାଲରେ

ଜନ୍ମ ହୋଇଥିଲ ମହାତ୍ମା କେଉଁ ପୂଣ୍ୟ ବେଳାରେ,

ବୈଜ୍ଞାନିକ ଭାବେ ତୁମର କେତେ ଯଶ କେତନ

ଗର୍ବିତ କରିଛ ଭାରତ ମାତା ବିଶ୍ୱ ସଦନ।।


ଉଦ୍ଭିଦର ପ୍ରତିକ୍ରିୟାକୁ ତୁମେ ପ୍ରମାଣ କରି

ତର୍କ ସହ ନିଜ ଯନ୍ତ୍ରରେ ଦେଲ ସଂସାରେ ବାଢି,

ପ୍ରଥମ ବେତାର ତତ୍ତ୍ୱକୁ ଆବିଷ୍କାର କରିଲ

ମାର୍କୋନୀଙ୍କୁ ଉଦଭାବନରେ ତତ୍ତ୍ୱେ ସାହାର୍ଯ୍ୟ କଲ।।


ପିତାଙ୍କ ସାହାର୍ଯ୍ୟ ପାଇଣ ତୁମେ ଗଲ ଲଣ୍ଡନ

ଉଚ୍ଚଶିକ୍ଷା ପାପ୍ତ ହୋଇଲ ଅଧ୍ୟାପକ ବରେଣ୍ୟ,

ଲଣ୍ଡନ ବିଶ୍ୱବିଦ୍ୟାଳୟ ଦେଲା ଡି. ଏସ.ସି ଉପାଧି

ରବୀନ୍ଦ୍ରନାଥ ଦେଲେ ସମ୍ବୋଧନ କବିତା ଲେଖି।।


ବ୍ରିଟିଶ ସମ୍ରାଟ ପ୍ରଦାନ ସାର ,ନାଇଟି ଉପାଧି

ଗର୍ବିତ ବିଜ୍ଞାନ ଜଗତ ତୁମ ଜ୍ଞାନକୁ ଦେଖି

ବିଜ୍ଞାନ ଗବେଷଣାରେ ସୁଯୋଗ ସୃଷ୍ଟି ପାଇଁ

କଲିକତାଠାରେ ବୋଷ ଅନୁଷ୍ଠାନ ତୁମ ସ୍ମୃତି କୁହଇ।।


ବିଜ୍ଞାନ ପ୍ରବନ୍ଧ ଲେଖିଲ ବିଜ୍ଞାନର ପ୍ରସାର

ଯୁକ୍ତକର,ଗଛର କଥା,ଅବ୍ୟକ୍ତ ର ପୃଷ୍ଠାର,

ଅଶୀବର୍ଷ ଯେବେ ବୟସ ଛାଡି ଇହଜଗତ

ଚାଲିଗଲ ଆହେ ମହାତ୍ମା କେଉଁ ଅଜଣା ପଥ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract