ଗୁରୁ
ଗୁରୁ


ଆଶା,ବିଶ୍ୱାସ ଗନ୍ତାଘର
ସ୍ନେହ, ଶରଧାର ସାଗର
ସାହସ ତୁମେ ଯେ ଅଜ୍ଞର
ସ୍ୱାଭିମାନ ପୁଣି ବିଜ୍ଞର ।
ଦୁଷ୍ଟ ପାଇଁ ତୁମେ ଈଶ୍ୱର
ଧାରା ସଞ୍ଜିବନୀ ଶିଷ୍ଟର
ସ୍ୱର୍ଗୀୟ ଭାବର ଆଧାର
ରାହା କଣ୍ଟକିତ ପଥର ।
ମଙ୍ଗଳ କରତା ଭାଗ୍ୟର
ପୁଣ୍ୟ ଫଳ ଟିଏ ଯଜ୍ଞର
ସଚ୍ଚା ଚରିତ୍ରର ସ୍ଵାକ୍ଷର
ଉଦାର ବ୍ୟକ୍ତିତ୍ୱ ଶିକ୍ଷାର ।
ସୁଦ୍ଧ ଭାଷା ତୁମେ ମୁକର
ସାହାବାଡ଼ି ଟିଏ ପଙ୍ଗୁର
ସ୍ୱଚ୍ଛ ପ୍ରଦୀପଟେ ଜ୍ଞାନର
ପ୍ରଣାମ ଘେନ ମୋ ହୃଦର ।