STORYMIRROR

Amulya Kumar Nayak

Classics

4  

Amulya Kumar Nayak

Classics

ତମେ ବୁଝିଯାଅ ବୋଲି

ତମେ ବୁଝିଯାଅ ବୋଲି

1 min
156


ତମେ ବୁଝିଯାଅ ବୋଲି

    ବାପା କହୁଛନ୍ତି

    ବୋଉ ବି କହୁଛି            

  ସୁନାନାକି ବୋହୁ ଗେହ୍ଲୀ ।।

ତମେ ବୁଝିଯାଅ ବୋଲି

    ନଣଦ ବି କହେ

    ଦିଅର ବି କହେ

 ଭାଉଜଟା ମଖମଲ୍ଲୀ ।।

ତମେ ବୁଝିଯାଅ ବୋଲି

    ବଡଯାଆ କହେ....

    ଦେଢସୁର କହେ

ଭାଇବୋହୂଟା ପାଇଛି ବୋଲି ।।

ତମେ ବୁଝିଯାଅ ବୋଲି

    ସାଂଗ ସାଥି କେତେ

    ପଚାରନ୍ତି ମୋତେ

କେତେ ସୁନ୍ଦର ତୋ ଘରବାଲି ।।

ତମେ ବୁଝିଯାଅ ବୋଲି

     ଗଣତନ୍ତ୍ରେ କେବେ

      ନିଆଁ ଲାଗିନାହିଁ          

      (ଯଦି) ବଢିଛିବା ତେଲ ଡାଲି ।।

ତମେ ବୁଝିଯାଅ ବୋଲି

      ଫଗୁଣର ତାତି

      ଜଣା ପଡୁନାହିଁ

ତମେ ତ ଶୀତଳ ବୋଲି ।।

ତମେ ବୁଝିଯାଅ ବୋଲି

      ଜହ୍ନ ବି ହସୁଛି

      କଇଁ ବି ହସୁଛି

 ତାରା ଦିଶେ ଝିଲିମିଲି ।।

ତମେ ବୁଝିଯାଅ ବୋଲି

 ପେଟ ଭୋକ କେବେ

   ପିଠି ପାଇନାହିଁ

ଲିଭିନାହିଁ ହାଣ୍ଡି ଚୁଲି   ।।

ତମେ ବୁଝିଯାଅ ବୋଲି

   କାନ୍ଥର କାନ ବି

   ଶୁଣିନାହିଁ କେବେ

  ଆମରି ଝଗଡା କଳି ।।

ତମେ ବୁଝିଯାଅ ବୋଲି

    ଶୀତ ବି ହସୁଛି

    ଶ୍ରାବଣ ଝରୁଛି

 ବସନ୍ତ ହସୁଛି ଖିଲି ।।

ତମେ ବୁଝିଯାଅ ବୋଲି

    ଝିଅ ଡାକିଦେଲେ

    ମାଆ ମାଆ ଡାକ

   ମମତା ପଡୁଛି ଝରି ।।

ତମେ ବୁଝିଯାଅ ବୋଲି

    ହସରେ ଚାଲୁଛି

   ମୋ ଟିକି ସଂସାର

ଅଳ୍ପ ରୋଜଗାର ବୋଲି ।।

     


Rate this content
Log in

Similar oriya poem from Classics