STORYMIRROR

Binata Mohanta

Abstract Classics Inspirational

4  

Binata Mohanta

Abstract Classics Inspirational

ମହୁଲ ଫୁଲ

ମହୁଲ ଫୁଲ

1 min
639


     ଉତ୍ତର ଓ ପଶ୍ଚିମାଞ୍ଚଳ ପ୍ରାନ୍ତ ଓଡ଼ିଶାର

     ପ୍ରାକୃତିକ ସୌନ୍ଦର୍ଯ୍ୟରେ ଏହା ଭରପୁର

              ତରୁଲତା ସହ ସବୁଜିମା ଭରା ରୂପ ଏହାର   

              ଏହି କେନ୍ଦୁଝର ଜିଲ୍ଲାରେ ଜନ୍ମ ମୋହର ।।

  


     ବହୁ ଦିନ ପରେ ଆସିଲି ଘରକୁ ମୁଁ ଫଗୁଣ ରେ

     ଭୂଲିଥିଲି ପ୍ରକୃତିକୁ ସହରର ଚାରିକାନ୍ଥ ଭିତରେ

               ଆଘ୍ରାଣେ ବାଜିଲା ମୋର ମହୁଲ ଫୁଲ ବାସନା

               ପୁରୁଣା ସ୍ମୃତି ମନେପଡି ଜାଗିଲା ଅତିତର ଭାବନା ।।


     ବସନ୍ତେ ମହୁଲ ଫୁଲ ଦିଶେ ଅତି ମନୋହର

     ପେନ୍ଥା ପେନ୍ଥା ହୋଇ ଝୁଲେ ରସେ ଭରପୁର

                  ମହୁ ମାଛି ବୁଲୁଛନ୍ତି ଭଣଭଣ ହୋଇ

                  ମହୁଲ ରସ ପିଇ ପେଟକୁ ଫୁଲାଇ  ।।


    ଚନ୍ଦ୍ରାଲୋକେ ମହୁଲ ଫୁଲ ସବୁ ଦିଶେ ଗୋଟି ଗୋଟି ହୋଇ

    ଘରେ ତାଗିଦ୍ କରନ୍ତି ବାହାରକୁ ନ ଯାଅ,ଭାଲୁ ଆସିବଇଁ

                   ଭାଲୁକୁ ମହୁଲ ଫୁଲ ଲାଗେ ଭାରି ସୁଆଦିଆ

                   ଜଙ୍ଗଲ ରୁ ବାହାରି ଆସେ ଖାଇବାକୁ ଏହା  ।।


     ଦିନ ତମାମ ଗୋଟାଳି ଗୋଟାନ୍ତି ମହୁଲ ଫୁଲକୁ

     ଟୋକେଇରେ ଭରି ଭରି ବାହୁଡନ୍ତି ଘରକୁ

                   ଏହାକୁ ଶୁଖାଇ ସେମାନେ ସଂଗ୍ରହ କରି ରଖନ୍ତି

                   ନିଜନିଜ ଆବଶ୍ୟକ ମୁତାବକ ବ୍ୟବହାର କରନ୍ତି ।।


                                                             


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract