ତାଲିବାନ
ତାଲିବାନ
ଏଠାରେ ଅଦ୍ଭୁତ ସୁଖ ହିଁ ପ୍ରତିଶ୍ରୁତି
କର୍ତ୍ତବ୍ୟନିଷ୍ଠ ଦୁଃଖ ହିଁ ପୁରସ୍କାର
ଲୁହ ଲୁହ ଦେଇ ଜଠର ତିଆରି ମାଟି ଘଡାଟିଏ
ତାର କି ଆପଦ୍ଧା-ଆଲିଙ୍ଗନ କରିବାକୁ ରଶ୍ମୀକାନ୍ତ ମୃତ୍ୟୁକୁ,
ତାର କି ଆସ୍ଫାଳନ- ଡେଇଁବାକୁ ପାର୍ବତ୍ୟ ନଦୀକୁ
ଓ ଲଙ୍ଘିବାକୁ ଗିରି ଶିଖରକୁ ?
ପରିଶେଷରେ ଫୁଥରେ ଆବିଷ୍କୃତ ହେବ
ଫେଚାଏ ସିନ୍ଦୂର ଦିପଟ ଶଂଖା
କଳଟେଲ୍ ପାର୍ଟିର ବାସନାରେ ବିକ୍ରି ହେବ କଷ୍ଟଲଷ୍ଟ ସ୍ବାଧୀନତା
ଅନ୍ୟଥା ପୁନଶ୍ଚ ଆକ୍ରମଣ ପୁନଶ୍ଚ ପଶ୍ଚାଦଧାବନ
ଗୃହଭେଦୀ ବିଭୀଷଣର ଷଡଯନ୍ତ୍ରର ଶିକାର ହେବେ
ମହାସଂଗ୍ରାମର ମହାନାୟକ
ନିଜକୁ ଆବିଷ୍କାର କରିବେ -
ଚଳନ୍ତିକା ଏକ୍ସପ୍ରେସର ସ୍ମରଣିକା ବଗିରେ
ଛନ୍ତି ଯହିଁ ବିଶ୍ୱ ବିମୋଦିନୀ
କେତେ ବା ସମୟ ଲାଗିବ ସାଜିବାକୁ କାତ୍ୟାୟିନୀ ?
