STORYMIRROR

Antaryami Sahu

Classics Inspirational

4  

Antaryami Sahu

Classics Inspirational

କାହ୍ନୁ ପ୍ରେମ

କାହ୍ନୁ ପ୍ରେମ

1 min
209


କାହ୍ନୁ ପ୍ରେମେ ହେଲି ବାଇଗୋ ସଜନୀ

          କାହ୍ନୁ ପ୍ରେମେହେଲି ବାଇ ।

ତା ମୂରଳୀ ସ୍ଵନ କଲାକି ମନ୍ତର

ଚିତ୍ତ ମୋର ସ୍ତିର ନାହିଁ ଗୋ ସଜନୀ ।

କାହ୍ନୁ ପ୍ରେମେହେଲି ବାଇ । ।


ସପନେ ଦେଖିଲି ମୟୂର ଚୁଳିଆ

      ଚିତ୍ତ ଚୋରା ଗୋପୀନାଥ ,

ରାସରେ ଶ୍ରୀହରିଭାବ ବିନୋଦିଆ

       ଚୁମ୍ବ ଦେଲେ ମୋର ମାଥ ।

ବାହୁ ବନ୍ଧନରେ ବାନ୍ଧିନେଲେ ଥରେ

ବାୟାଣୀ ମୁଁ ତାଙ୍କ ପାଇଁ ଗୋ ସଜନୀ ।

କାହ୍ନୁ ପ୍ରେମେହେଲି ବାଇ । ।


ବିଧିର ବିଧାନ ଅଟଇ ବିଚିତ୍ର

      ଛାଡ଼ିଗଲେ ଗିରିଧାରୀ ,

ବାହୁନି ବାହୁନି ଝୁରେ ରାତି ଦିନ

       ମନକରିନେଲେ ଚୋରୀ ।

ସବୁ ସପନ ତ ସତ ହୁଏ ନାହିଁ 

ଶ୍ୟାମ ମୁଁ ପାଇବି କାହିଁ ଗୋ ସଜନୀ ।

କାହ୍ନୁ ପ୍ରେମେହେଲି ବାଇ । ।



Rate this content
Log in

Similar oriya poem from Classics