Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

jagabandhu sahu

Classics

4  

jagabandhu sahu

Classics

ମହାଭାରତ

ମହାଭାରତ

1 min
198


କୁନାରେ ତୋତେ କହୁଛି ଆଜି

     ମହାଭାରତ କଥା

ଶୁଣିଲେ ଧନ ସେଇ କାହାଣୀ

     ଘୁରି ଯାଉଛି ମଥା ।


ଏ'ପାଖେ କୌରବ ସେ'ପାଖେ ପାଣ୍ତବ

     ରଚିଲେ ମହାଭାରତ

ସେ ମହାଭାରତେ ଯୋଗ ଦାନ ଦେଲେ

     ସ୍ବଂୟ ପ୍ରଭୁ ଲକ୍ଷ୍ମୀକାନ୍ତ ।


ଏକ ପଟେ ଧର୍ମ ଅନ୍ଯ ପଟେ ପାପ

    ହୋଇଲା ଦୁଇ ବିଭକ୍ତ

ଧର୍ମର ସ୍ଥାପନା ପାଇଁକି ଶ୍ରୀକୃଷ୍ଣ

    ନେଲେ ଏକ ପଦକ୍ଷେପ ।


ପାଣ୍ତବ ପକ୍ଷରେ ଅର୍ଜୁନ ରଥରେ

    ରହିଲେ ସାରଥି ରୂପେ

ବିଜୟର ପଥେ ନେଲେ ପାଣ୍ତବଙ୍କୁ

    ଚଢି ନନ୍ଦିଘୋଷ ରଥେ ।


ସାମକ ପଞ୍ଚକରେ ଯୁଦ୍ଧ ଆରମ୍ଭିଲେ

     ପାଣ୍ତବ କୌରବ ମିଶି

ରକ୍ତାତ ହୋଇଲା କୁରୁକ୍ଷେତ୍ର ଭୂଇଁ

    ପାପି ମାନଙ୍କୁ ଯେ ନାଶି ।


ପିତାମହ ଭିଷ୍ମ ଗୁରୁ ଦ୍ରୋଣାଚାର୍ଯ୍ଯ

     ଜୟଦ୍ରଥ ପୁଣି କର୍ଣ୍ଣ

ଅଶ୍ବସ୍ଥମା ସଙ୍ଗେ ସଙ୍କୁନି ଦୁର୍ଯ୍ଯୋଧନ

    ଶଲ୍ଯ ଆଉ ଦୁଃଶାସନ ।


ଲକ୍ଷ୍ଯ ଲକ୍ଷ୍ଯ ଶବ କୁରୁକ୍ଷେତ୍ରେ ଗଡ଼ି

     ଦିଶିଲା ରକ୍ତାତ ବର୍ଣ୍ଣ

କୌରବ ପକ୍ଷର ବିନାଶ ହୋଇଲା

     ଯୁଦ୍ଧ ହେଲା ସମାପନ ।


ବିଜୟ ଧ୍ବଜାକୁ ଉଡାଇ ପାଣ୍ଡବ

     ଫେରିଲେ ହସ୍ତିନାପୁର

ଧର୍ମର ସ୍ଥାପନା ହେଲା ଭାରତରେ

    ମରିଗଲେ କେତେ ବୀର ।


ଭାଇ ଭାଇ ଯୁଦ୍ଧ ଏ ମହାଭାରତ

    କୁନା ରଖିଥାରେ ମନ

ହିଂସା ଆଚରଣ ବିନାଶ ମାର୍ଗରେ

   ନେଇଥାଏ ସଦା ଜାଣ ।


ଠିକା ଠିକା କରି ଏ ମହାଭାରତ

     କରିଲି ମୁହିଁ ବର୍ଣ୍ଣତ

ଦୋଷା ଦୋଷ କେହି ଧରିବନି ବନ୍ଧୁ

     କବିତା କଲି ସମାପ୍ତ ।।


Rate this content
Log in

Similar oriya poem from Classics