ଅନାବିଳ ସ୍ନେହ
ଅନାବିଳ ସ୍ନେହ
ପତ୍ରଟିଏ ନୂଆ ଜନ୍ମ ନିଏ ,
ହାଲ୍କା ସବୁଜ ରେ ଭରିଯାଏ
ତା କୁନି ଶରୀର ....
ନବାଗତର ସ୍ବାଗତ ରେ
ଆଖ ପାଖ ରେ
ବେଶ୍ ସୁନ୍ଦର ବାସ୍ନା ସବୁ ଖେଳିଯାଏ .....।
ହେଲେ ସେ ନବାଗତ ର ଇଚ୍ଛା ଥାଏ
ତା ଆଖ ପାଖ ର
ଆଉ ସବୁ ଗାଢ଼ ରଙ୍ଗ ପତ୍ର ଟେ ପରି ପାଲଟିବାକୁ ......।
ନୂତନ ସିଡିଟେ
ଚଢି ବାକୁ ଯାଇ
କେତେେଳେ ସେ ତା ବାଳୁତ ର ଚପଳ ତା କୁ ଭୁଲିଯାଏ ......।
ସମୟର ପରିପକ୍ୱତା ରେ
ନିମିଷେ କେତେବେଳେ ଯେ
ସେ ଗାଢ଼ ରଙ୍ଗ ର ଜୀବନ ଟା
ହାତ ରୁ ଖସି ଯାଏ
ତା ବି ସେ ଜାଣି ପାରେନା ......।
ହାତ ପାହାନ୍ତ ରେ ଥାଏ
ମୁଠାଏ ଅଭିଜ୍ଞତା ଜୀବନ ର .....।
ଆଉ ଆଖି ଆଗରେ ଥାଏ ,
ଜୀବନ ର ଶେଷ ପାହାଚ ର କିଛି
ହାତ ଗଣତି ପାହାଚ ......।
କେଜାଣି କାହିଁକି
ସବୁ ଅବସ୍ଥା ଠୁ ବେଶ୍ ନିଆରା ଲାଗେ
ଏଇ କିଛି ଅନୁଭୂତି .....।
ଏ ନୂତନ ଅବସ୍ଥା ରେ
ହୃଦୟ କୁ ଘେରିଯାଏ
କିଛି ଅନାବିଳ ସ୍ନେହ ......।
ଯେଉଁ ସ୍ନେହ ରେ ନ ଥାଏ
ସ୍ବାର୍ଥ ର ପରିଭାଷା ...,
ବାସ୍ ଥାଏ କିଛି
ତ୍ୟାଗ , ସମ୍ମାନ ଆଉ ନିଜର କରିବାର ଭାବନା .....।
ସେଇ ଟିକକ ସ୍ନେହ ଭାରି ପଡ଼ିଯାଏ
ଜୀବନ ତମାମ୍ ର ସ୍ନେହ ପାଖେ ....।
ସବୁଜିମା ହରେଇ ,
ନାନା ରେଚିତ ବସ୍ତୁ ରେ
ରଙ୍ଗ ସିନା ବଦଳି ଯାଏ ,
କିନ୍ତୁ ପରିପକ୍ଵ ହୋଇ ଉଠେ
ମନ ର ଭାବନା ......।
ଥର ଥର ସମୟ ରେ
ଧରିଥିବା ଶାଖା ହିଁ
ସତ ରେ ପାଲଟିଥାଏ
ଅନ୍ତିମ ସମୟ ର ଚିର ସାଥି ,
ଦେଇଯାଇ ଥାଏ ଅନାବିଳ ସ୍ନେହ ..... .....।