STORYMIRROR

Dharitri Das

Classics

4  

Dharitri Das

Classics

କି ଦେଇ ତୋଷିବି

କି ଦେଇ ତୋଷିବି

1 min
210

ଦିଶେନାହିଁ ଦୁନିଆରେ କିଛି ଦେବାକୁ

କି ଦେଇ ତୋଷିବି ତୋତେରେ କାଳିଆ

କି ଦେଇ ତୋଷିବି ତୋତେ।

ହାତ ପାହାନ୍ତାରେ ଯାହାତ ଦେଖୁଛି

ସବୁତ ତୋହରି ଦାନରେ କାଳିଆ

ସବୁତ ତୋହରି ଦାନ।

ମନେମନେ ଭାବିଲି ଶରୀରକୁ ମୋର

ଦାନ କରିବି ତୋତେରେ କାଳିଆ ଦାନ କରିବି ତୋତେ।

ମନ ପ୍ରାଣ ବୁଦ୍ଧି ସବୁ ସମର୍ପିବି ଭାବିଲି

ହେଲେ ବିବେକ କହୁଛି ତୁହାଇ ମୋତେରେ କାଳିଆ ତୁହାଇ ମୋତେ।

ସିଏବି ଅଟେ ପରା ତୋହରି ଦାନରେ

କିଦେଇ ତୋଷିବି କହରେ କାଳିଆ

କି ଦେଇ ତୋଷିବି କହ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics